କନକ ବ୍ୟୁରୋ : ବାହାଘର ହେଉ ବା ଅନ୍ୟ କୌଣସି କାର୍ଯ୍ୟକ୍ରମ, ଏବେ ସବୁଠି ଉଡୁଛି ଡ୍ରୋନ । ସ୍ୱାସ୍ଥ୍ୟସେବାରେ ବି ଡ୍ରୋନ ନିୟୋଜିତ ହେଲାଣି । ଏହି ଡ୍ରୋନ ଆପଣଙ୍କ ଘରର ମାନ ବି ଯାଞ୍ଚ କରିପାରିବ । ଏଆଇ ଚାଳିତ ଡ୍ରୋନ ରେକର୍ଡ କରିବ ଆପଣଙ୍କ ଘରର ମାନ । କେତେ ସୁରକ୍ଷିତ ଅଛି ଆପଣଙ୍କ ଘର, ତା’ର ତଥ୍ୟ ଦେବ ଏଆଇ ଡ୍ରୋନ ।

Advertisment

ଘର କିଣିବାକୁ ସମସ୍ତଙ୍କ ସ୍ୱପ୍ନ ଥାଏ । କିଣିବା ପୂର୍ବରୁ ଗ୍ରାହକ ଅନେକ ଯାଞ୍ଚ କରିଥାନ୍ତି । ବାସ୍ତୁଶାସ୍ତ୍ରର ସହାୟତା ବି ଲୋଡ଼ନ୍ତି । କିନ୍ତୁ କେବେ ନିଜଘର ବା ବିଲଡିଂର ସ୍ଥାୟିତ୍ୱ ନେଇ ଚିନ୍ତା କରିଛନ୍ତି କି ? କେତେବର୍ଷ ଘର ଠିକ୍‌ ରହିବ ସେ କଥା ଭାବିଛନ୍ତି କି ? ଅନେକେ ଏଥିପ୍ରତି ବିଶେଷ ଧ୍ୟାନ ଦେଇନଥାନ୍ତି । ଏବେ ଏହି ସମସ୍ୟାର ସମାଧାନ କରିବ ଡ୍ରୋନ୍‌ । ଏଆଇ ଚାଳିତ ଡ୍ରୋନ୍ କହିବ ଘରର ମାନ । ଘର କେତେଦିନ ସୁରକ୍ଷିତ ରହିବ, ସେ ତଥ୍ୟ ଦେବ ଡ୍ରୋନ୍ । ଭୂମିକମ୍ପ ହେଲେ ଆପଣଙ୍କ ଘର ସୁରକ୍ଷିତ ରହିବ ତ ? ଖୁବଶୀଘ୍ର ଭୁବନେଶ୍ୱରରେ ଏଭଳି ବୈଷୟିକ କୌଶଳ ବ୍ୟବହାର କରି ଲୋକେ ତାଙ୍କ ଘରର ମାନ ଜାଣିପାରିବେ ।

ବିଲ୍ଡିଂ ଇନ୍ସପେକ୍ଟର ଟେକ୍ନୋଲୋଜିକୁ ରୂପାନ୍ତର କରିବା ଦିଗରେ ଏକ ପ୍ରମୁଖ ଭୂମିକା ନେଇଛନ୍ତି ରାସ୍ପେକ୍ଟ ଏବଂ ଡିକେଏମ କନ୍ସଲଟାନ୍ସି । ଏହାର ଅତ୍ୟାଧୁନିକ ଇଓ ପ୍ଲାଟଫର୍ମକୁ ଇନ୍ସପେକ୍ଟିକା, ବିଲଡିଂ ଏବଂ ନିର୍ମାଣ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବ । ଦେଶରେ ପ୍ରଥମ କରି ଓଡିଶାରେ ଏହା ଆରମ୍ଭ ହେବାକୁ ଯାଉଛି । ଡ୍ରୋନ୍ ସହଭାଗିତା ସହିତ, ଡି.କେ.ଏମ୍ କନସଲ୍ଟଟାଣ୍ଟ, କେଏମବିବି କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଏବଂ ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଫର୍ ଟେକ୍ନୋଲୋଜି ସମେତ ପ୍ରମୁଖ ନାମୀଦାମୀ ଶିକ୍ଷାନୁଷ୍ଠାନ ସହିତ ଏମଓୟୁ ସ୍ୱାକ୍ଷର କରିଛି । ଏହି ସହଭାଗଗିତା ଉନ୍ନତ ଇଓ ଟେକ୍ନୋଲୋଜି ବିଷୟରେ ଛାତ୍ରମାନଙ୍କ ଜ୍ଞାନ ବଢ଼ାଇବ ।

ଆଇଜି ଡ୍ରୋନ୍, କସମୋ ଡ୍ରୋନ୍ ଓ ଏରୋପିଅନର୍ ଇନଷ୍ଟିଚ୍ୟୁଟ୍ସ ପ୍ରାଇଭେଟ ଲିମିଟେଡ୍ ଡିକେଏମ କନ୍ସଲ୍ଟ ଏବଂ ରାସପେକ୍ଟ ସହିତ ବୁଝାମଣା ସ୍ୱାକ୍ଷର କରିଛନ୍ତି । ନିଯୁକ୍ତି କ୍ଷେତ୍ରରେ ସୁଯୋଗ ସୃଷ୍ଟି ପାଇଁ ଡ୍ରୋନ୍ କମ୍ପାନୀ  ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ସହିତ ଡିକେଏମ୍ କନ୍ସଲଟାଣ୍ଟ ଏବଂ ରାସ୍ପେକ୍ଟ ସଂସ୍ଥାର ମିଳିତ ସହଯୋଗରେ ଏକାଧିକ ଏମଓୟୁ ସ୍ଵାକ୍ଷରିତ ହୋଇଛି ।