କନକ ବ୍ୟୁରୋ: ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ମାଳ ମାଳ ଭିଡିଓଗ୍ରାଫି କରି ସୁରକ୍ଷା ବ୍ୟବସ୍ଥାକୁ କଡା ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରୋନ୍ ମାଲିକ। ଛତୁ ଫୁଟିଲା ଭଳି ଆକାଶରେ ଡ୍ରୋନ୍ ଉଡୁଥିଲା। କିଏ କେତେ ପ୍ରକାରର ଭିଡିଓ ସୁଟ କରି ପାରିବ, ସେନେଇ ଯେମିତି ଏକ ପ୍ରକାରର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। କିନ୍ତୁ ଏସବୁ ଉପରେ ଯେମିତି କାହାର ଟିକିଏ ବି ନଜର ନଥିଲା।

Advertisment

ଜାଗରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ଜନସମାଗମ ଥିଲା। କିଏ କେଉଁ ଉଦ୍ଦେଶ୍ୟ ରଖି ଏହି ଡ୍ରୋନ ଉଡାଉଥିଲା, ସେ କଥା କିଏ ବା କହିବ। କିନ୍ତୁ ଏକଥା ବି ସତ ଯେ, ଡ୍ରୋନ୍ ପଡି ଲୋକ ଖଣ୍ଡିଆ ଖାବରା ହୋଇପାରନ୍ତି କିମ୍ୱା କୌଣସି ଅପରାଧିକ କାର୍ଯ୍ୟକଳାପର ବି ଆଶଙ୍କା ରହିପାରେ। ପାଖରେ ବିମାନ ବନ୍ଦର ରହିଛି, ଏୟାରପୋର୍ଟ ଅଥରିଟି ଏବଂ ଲିଙ୍ଗରାଜ ମନ୍ଦିର ଆଡମିଷ୍ଟେସନ କଣ କରୁଥିଲା ବୋଲି ପ୍ରଶ୍ନ ଉଠିଛି।

ସେପଟେ ଏଭଳି ଐତିହାସିକ ଓ ପ୍ରାଚୀନ ମନ୍ଦିର ଉପରେ ମାଳ ମାଳ ଡ୍ରୋନ୍ ଉଡାଇବା ଘଟଣାରେ ମନ୍ଦିର ପ୍ରଶାସନ କାହିଁକି ଚୁପ ରହିଛି। ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ପାଖରେ ରହିଥିବା ବେଳେ, ବିନା ଅନୁମତିରେ କିଏ କେଉଁ ଉଦ୍ଦେଶ୍ୟ ରଖି ଡ୍ରୋନ ଉଡାଇଛି ସେନେଇ ତଦନ୍ତ କରାଯାଉ ବୋଲି କହିଛନ୍ତି ସଂସ୍କୃତି ଗବେଷକ। ଶ୍ରୀମନ୍ଦିରରେ ଡ୍ରୋନ୍ ଉଡିବା ଘଟଣାରେ ପୂର୍ବରୁ ବହୁ ପର୍ଯ୍ୟଟକ ଏବଂ ୟ୍ୟୁଟୁବରଙ୍କୁ ଗିରଫ କରାଯାଇଥିବା ନଜିର ରହିଛି। ଲିଙ୍ଗରାଜ ମନ୍ଦିରରେ ଡ୍ରୋନ୍ ଉଡାଇଥିବା ବ୍ୟକ୍ତି ବିଶେଷଙ୍କୁ କେବେ ଚିହ୍ନଟ କରାଯିବ ସେନେଇ ପ୍ରଶ୍ନ ଉଠିଛି। 

  • ଲିଙ୍ଗରାଜ ମନ୍ଦିର ଭିତରକୁ କେମିତି ଯାଇଥିଲା ମାଳ ମାଳ ଫୋନ?
  • ମନ୍ଦିର ଭିତରୁ ଭାଇରଲ ହେଉଥିବା ଲକ୍ଷ ଲକ୍ଷ ଫଟୋ ପାଇଁ ଦାୟୀ କିଏ?
  • କାହିଁକି ଏବେ ବି ଚୁପ ରହିଛି ମନ୍ଦିର ପ୍ରଶାସନ ?