କନକ ବ୍ୟୁରୋ : ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବାକୁ ବାରଣ କରାଯାଇଛି ।  କିନ୍ତୁ ଅମାନିଆ ଏହାକୁ ମାନୁ ନାହାନ୍ତି । ବିଶେଷକରି କିଛି ଅମାନିଆ ସେବାୟତ ବାରମ୍ବାର ଶ୍ରୀମନ୍ଦିର ନିୟମକୁ ମାନୁ ନାହାନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ ଶ୍ରୀମନ୍ଦିରର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

Advertisment

ପୁଣି ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ଭାଇରାଲ୍ ହୋଇଛି । ଏଥିରେ ଚୁନରା ସେବକ, ପତାକା ପରିବର୍ତ୍ତନ ସମୟରେ ନମସ୍କାର କରୁଥିବା ଭିଡିଓରେ ସ୍ପଷ୍ଟ ହୋଇଛି । ଦୁଇଦିନ ତଳେ STORY BY NARU GOPAL ନାମକ ଜଣେ ପଶ୍ଚିମବଙ୍ଗ ନବଦୀପର ବ୍ୟକ୍ତି ବିଶେଷ ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ପୋଷ୍ଟ କରିଥିଲେ । ଯେଉଁ  ଭିଡିଓ ଭାଇରାଲ୍ ହୋଇଛି , ଭାଇରାଲ୍‌ରେ ଜଣେ ଚୁନେରା ସେବକଙ୍କ ଚିତ୍ର ବାରମ୍ବାର ଆସୁଛି । ଏବେ ଏହି ଭିଡିଓକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି ।  ଘଟଣାକୁ ଗୁରୁତର ସହ ନିଆଯାଇଥିବା କହିଛନ୍ତି ପୁରୀ ଏସପି । ସୋସିଆଲ ମିଡିଆ ହ୍ୟାଣ୍ଡଲେର , ସମ୍ପୃକ୍ତ ଚୁନେରା ସେବକ ଓ ସବୁ ଦିଗକୁ ନେଇ ତଦନ୍ତ କରାଯିବ ବୋଲି ଏସପି କହିଛନ୍ତି । 

ବଡକଥା ହେଲା ମେଘନାଦ ପାଚେରୀ ଟପି ଚୂନରା ସେବକ ଯେଉଁ ବାଟ ଦେଇ ଶ୍ରୀମନ୍ଦିର ଉପରକୁ ଚଢୁଛନ୍ତି, ସେ ପର୍ଯ୍ୟନ୍ତ ଡ୍ରୋନ ଉଡୁଥିଲା । ଏଥିସହ ଚୁନରା ସେବକ ନମସ୍କାର କରିବା ସହ ୧୪ହାତିଆ ମୁଖ୍ୟ ବାନା ଲଗାଯାଉଥିବା ସମୟର ଦୃଶ୍ୟ ମଧ୍ୟ ସେହି ଭିଡିଓରେ ରହିଛି । ସେପଟେ ଆଇନମନ୍ତ୍ରୀ କହିଛନ୍ତି , ଖୁବଶୀଘ୍ର ଆରମ୍ଭ ହେବ ଆଣ୍ଟି ଡ୍ରୋନ ଟେକ୍ନୋଲୋଜି । ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ ଉଡ଼ିବା ମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ କରାଯାଇ  କଠୋର ଆଇନ ଆଣିବା ଏବଂ ଆଣ୍ଟି ଡ୍ରୋନ ସିଷ୍ଟମ ଲାଗୁ କରିବାକୁ ଦାବି ବଢ଼ିଛି ।