ପୁରୀ ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍ ; ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ପୁରୀ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ । ଭୋର ୪ଟା ୧୦ ମିନିଟ୍‌ରେ ଡ୍ରୋନ୍‌ ଉଡୁଥିବାର ଭିଡିଓ କଏଦ ।  ୧୦୦ ଫୁଟ୍‌ ଉଚ୍ଚରେ ଦଧିନଉତି ଓ ନୀଳଚକ୍ର ଉପରେ ଉଡିଲା । ନୋ ଫ୍ଲାଇଂ ଜୋନ୍‌ରେ କିଏ ଉଡାଇଲା ଡ୍ରୋନ୍ ଉଠିଲା ପ୍ରଶ୍ନ ।

dd7

କନକ ବ୍ୟୁରୋ: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ । ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ କ୍ୟାମେରା । ରବିବାର ଆଜି ଭୋର ସମୟରେ ଶ୍ରୀ ମନ୍ଦିର ଉପରେ ଅଜଣା ଡ୍ରୋନ ଉଡ଼ିଥିବା ଦେଖିବାକୁ ମିଳିଛି  କ୍ଷ ନୋ ଫ୍ଲାଇଙ୍ଗ ଜୋନ ରେ କିଏ ଓ କ’ଣ ପାଇଁ ଉଡାଇଛି ଡ୍ରୋନ ତାହା ବର୍ତ୍ତମାନ ପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ  କ୍ଷ ଶ୍ରୀମନ୍ଦିର ଉପରେ ବାହ୍ୟ ଶତ୍ରୁରୁ ଆକ୍ରମଣ ରୋକିବାକୁ ପୋଲିସ ଓ ପ୍ରଶାସନ ତତ୍ପର ହେଉଥିବାବେଳେ ପୁଣି କଣ ପାଇଁ ଡ୍ରୋନ ଉଡ଼ାଗଲା ତାକୁ ନେଇ ଏବେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

ଭୋର ସମୟରେ ଏହି ଡ୍ରୋନ କ୍ୟାମେରା ନୀଳଚକ୍ର ଉପରେ ଉଡୁଥିବାର ନଜରକୁ ଆସିଛି କ୍ଷ ପୂର୍ବରୁ ୨୦୧୪, ୨୦୧୭, ୨୦୧୯, ୨୦୨୨, ୨୦୨୪ ମସିହାରେ ଶ୍ରୀମନ୍ଦିର ଉପରେ ଉଡ଼ିଥିଲା ଡ୍ରୋନ କ୍ଷ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇଥିବା ସେତେବେଳେ ବିଭିନ୍ନ ଗୁଇନ୍ଦା ବିଭାଗ ସଂସ୍ଥା ଓ ଏଏନଆଇ ପକ୍ଷରୁ ଏଭଳି ଚିତ୍ର ଉତୋଳନ ନେଇ ନାନା ଟିପଣି ପ୍ରଦାନ କରାଯାଇଥିଲା କ୍ଷ ସଦାସର୍ବଦା ଆତଙ୍କବାଦୀ ଟାର୍ଗେଟ ରେ ରହିଥିବା ପୁରୀ ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଥିବାବେଳେ ମଧ୍ୟ କିପରି ଉଡିଲା ଏହି ଡ୍ରୋନ କ୍ୟାମେରା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe