କନକ ବ୍ୟୁରୋ : ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ । ନୀଳଚକ୍ର ପାଖକୁ ଯାଇ ଭିଡିଓ ଉତ୍ତୋଳନ କରିଥିବା ସୂଚନା । ତେବେ ପୂର୍ବରୁ ବାରମ୍ବାର ଏମିତି ଘଟଣା ଘଟୁଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନ ଛିଡ଼ା ହେଲାଣି ।
ସେପଟେ ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ଏବେ ଆରମ୍ଭ ହେବ ଗଣତି ମଣତି ପ୍ରକ୍ରିୟା । ଏଇ ମାସ କିମ୍ବା ଅକ୍ଟୋବର ଶେଷ ସୁଦ୍ଧା ରତ୍ନଭଣ୍ଡାର ଗଣତି ମଣତି ଓ ହୁଣ୍ଡି ସ୍ଥାନାନ୍ତର କରାଯିବ । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି । ସେହିପରି ଧାଡ଼ି ଦର୍ଶନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ । ନାଟ ମଣ୍ଡପରେ ଧାଡ଼ି ଦର୍ଶନ ପୂର୍ବରୁ ହୁଣ୍ଡି ସ୍ଥାନାନ୍ତର ପାଇଁ ଏକ ରିଜଲ୍ୟୁସନ ଆସିବ । ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଗିବ । ତୁରନ୍ତ ହୁଣ୍ଡି ସ୍ଥାନାନ୍ତର ହେବା ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି । ଆଜି ଦୀର୍ଘ ୪ ଘଣ୍ଟା ଧରି ହୋଇଥିଲା ଶ୍ରୀମନ୍ଦିର ସମୀକ୍ଷା ବୈଠକ । କେଉଁ ପ୍ରକଳ୍ପର ସ୍ଥିତି କ’ଣ ରହିଛି, ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ବିଭିନ୍ନ ପ୍ରକଳ୍ପର ବାକି ଥିବା କାମ ସାରିବାକୁ ସମୟସୀମା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/11/drone-2025-09-11-23-12-57.jpg)