ପାକ୍‌ ପ୍ରଧାନମନ୍ତ୍ରୀଙ୍କ ଘର ପାଖରେ ବିସ୍ଫୋରଣ, ଦୁବାଇ ପଳାଇଲେ ଶେହବାଜ ଶରିଫ !

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ବାସଭବନ ନିକଟର ଡ୍ରୋନ୍‌ ଆଟାକ୍‌ । ଇସଲାମାବାଦ ଆକାଶରେ ଉଡ଼ୁଛି ଭାରତୀୟ ବାୟୁସେନା ବିମାନ । ଘନଘନ ହେଉଛି ଆକ୍ରମଣ । କୋକୁଆ ଭୟରେ ରହିଛି ପାକିସ୍ତାନ ।

76-Sharif

କନକ ବ୍ୟୁରୋ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ବାସଭବନ ନିକଟର ଡ୍ରୋନ୍‌ ଆଟାକ୍‌ । ଇସଲାମାବାଦ ଆକାଶରେ ଉଡ଼ୁଛି ଭାରତୀୟ ବାୟୁସେନା ବିମାନ । ଘନଘନ ହେଉଛି ଆକ୍ରମଣ । କୋକୁଆ ଭୟରେ ରହିଛି ପାକିସ୍ତାନ । ପାକିସ୍ତାନର ୩ଟି ସହରରେ ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କରିଛି ଭାରତ । ଏହାରି ମଧ୍ୟରେ ପାରାମିଲିଟାରି ଡିଜିଙ୍କ ସହ ଆଲୋଚନା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । 


ସେପଟେ ରାୱଲପିଣ୍ଡିରେ ଧ୍ୱସ୍ତବିଧ୍ୱସ୍ତ ହୋଇଛି ସେନା ହେଡ୍‌କ୍ୱାର୍ଟର । ଭାରତର ଡ୍ରୋନ୍‌ ଆକ୍ରମଣର ପାକିସ୍ତାନ ପାଖରେ କୌଣସି ଜବାବ ନାହିଁ । ପାକିସ୍ତାନର ବଡ଼ବଡ଼ ସହରରେ ଏବେ କେବଳ ଜରୁରୀକାଳୀନ ସାଇରନ୍ ବାଜିବାରେ ଲାଗିଛି । କ୍ୱେଟାରେ ଥିବା ପାକ୍‌ ସେନା କ୍ୟାମ୍ପ୍‌ ଉପରେ ଆକ୍ରମଣ ହେଉଛି । ସେହଭଳି ବଲୁଚିସ୍ତାନରେ ବି ପାକ୍‌ ସେନା କ୍ୟାମ୍ପ୍‌ ଉପରେ ଧ୍ୱଂସଲୀଳା ରଚିଛି ଭାରତର ବାୟୁସେନା ବିମାନ । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ ଡ୍ରୋନ୍ ଆଟାକ୍‌ ପରେ ଶେହବାଜ୍‌ ଶରିଫ୍‌ ଦୁବାଇ ପଳାୟନ କରୁଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଲାଣି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe