କନକ ବ୍ୟୁରୋ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ବାସଭବନ ନିକଟର ଡ୍ରୋନ୍ ଆଟାକ୍ । ଇସଲାମାବାଦ ଆକାଶରେ ଉଡ଼ୁଛି ଭାରତୀୟ ବାୟୁସେନା ବିମାନ । ଘନଘନ ହେଉଛି ଆକ୍ରମଣ । କୋକୁଆ ଭୟରେ ରହିଛି ପାକିସ୍ତାନ । ପାକିସ୍ତାନର ୩ଟି ସହରରେ ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କରିଛି ଭାରତ । ଏହାରି ମଧ୍ୟରେ ପାରାମିଲିଟାରି ଡିଜିଙ୍କ ସହ ଆଲୋଚନା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।
ସେପଟେ ରାୱଲପିଣ୍ଡିରେ ଧ୍ୱସ୍ତବିଧ୍ୱସ୍ତ ହୋଇଛି ସେନା ହେଡ୍କ୍ୱାର୍ଟର । ଭାରତର ଡ୍ରୋନ୍ ଆକ୍ରମଣର ପାକିସ୍ତାନ ପାଖରେ କୌଣସି ଜବାବ ନାହିଁ । ପାକିସ୍ତାନର ବଡ଼ବଡ଼ ସହରରେ ଏବେ କେବଳ ଜରୁରୀକାଳୀନ ସାଇରନ୍ ବାଜିବାରେ ଲାଗିଛି । କ୍ୱେଟାରେ ଥିବା ପାକ୍ ସେନା କ୍ୟାମ୍ପ୍ ଉପରେ ଆକ୍ରମଣ ହେଉଛି । ସେହଭଳି ବଲୁଚିସ୍ତାନରେ ବି ପାକ୍ ସେନା କ୍ୟାମ୍ପ୍ ଉପରେ ଧ୍ୱଂସଲୀଳା ରଚିଛି ଭାରତର ବାୟୁସେନା ବିମାନ । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ ଡ୍ରୋନ୍ ଆଟାକ୍ ପରେ ଶେହବାଜ୍ ଶରିଫ୍ ଦୁବାଇ ପଳାୟନ କରୁଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଲାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/05/08/QuXoHsgCXkKwlM95ePrX.jpg)