ଲୋକଙ୍କ ହିତରେ ଲାଗୁନି ସରକାରୀ ଅନୁଦାନ, ଗଜପତିରେ ଉଦ୍‌ଘାଟନ ହୋଇପାରିନି ପରିବହନ କାର୍ଯ୍ୟାଳୟ ପାଇଁ ନିର୍ମିତ କୋଠା..

Advertisment

ଆରଟିଓ ଅଫିସ ପାର୍କିଂରେ ଚାଲିଛି ଡ୍ରାଇଭିଂ ଟେଷ୍ଟ୍‌....

ଆରଟିଓ ଅଫିସ ପାର୍କିଂରେ ଚାଲିଛି ଡ୍ରାଇଭିଂ ଟେଷ୍ଟ୍‌....

ଉଦ୍‌ଘାଟନ ହୋଇନି, କାମରେ ଆସୁନି

ଉଦ୍‌ଘାଟନ ହୋଇନି, କାମରେ ଆସୁନି Photograph: (kanaknews)

କନକ ବ୍ୟୁରୋ: ଲୋକଙ୍କ ହିତ ପାଇଁ ସରକାର ବହୁ ଯୋଜନା କାର୍ଯକାରୀ କରୁଛନ୍ତି । କିନ୍ତୁ ତୃଣମୁଳ ସ୍ତରରେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଯୋଜନାର ସଫଳ ରୁପାୟନ ହୋଇପାରୁନି। କେବଳ ଠିକାଦାରଙ୍କ ଲାଭ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଖର୍ଚ୍ଚ କରାଯାଉଛି । କୋଠା ନିର୍ମାଣ କରି ଦାୟିତ୍ୱ ସାରିଦେଉଛନ୍ତି ବିଭାଗୀୟ ଅଧିକାରୀ । ଗଜପତି ଜିଲ୍ଲାରେ ସେଭଳି ଅନିୟମିତତା ଦେଖିବାକୁ ମିଳିଛି । ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡ଼ାରେ କୋଠା ନିର୍ମାଣ ସରିଛି, କିନ୍ତୁ ଉଦଘାଟନ ପାଇଁ ବର୍ଷେ ହେଲା ପଡ଼ି ରହିଛି ।

ଡ୍ରାଇଭିଂ ଟେଷ୍ଟିଂ ପାଇଁ ଟ୍ରାକ୍ ଅଛି । ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଅଛି । କୋଠା ନିର୍ମାଣ ହୋଇସାରିଛି କିନ୍ତୁ କାର୍ଯ୍ୟକ୍ଷମ ହେଉନାହିଁ । ଉଦଘାଟନ ଅପେକ୍ଷାରେ କୋଟିକୋଟିର କୋଠା । ଏପଟେ ପାରଳାଖେମୁଣ୍ଡି ସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପାର୍କିଂରେ ଡ୍ରାଇଭିଂ ଟେଷ୍ଟିଂ ଚାଲିଛି । ଲାଇସେନ୍ସ ପାଇଁ ଆବେଦନ କରିଥିବା ଡ୍ରାଇଭର ଟାଇଲ ଚଟାଣ ଉପରେ ତିନିକୋଣିଆ ସ୍ଥାନରେ ଗାଡ଼ି ଚଳାଇବାକୁ ବାଧ୍ୟ ହେଉଛନ୍ତି। ଏମିତି କି ପରୀକ୍ଷା ସମୟରେ ଦୁର୍ଘଟଣାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ତେଣୁ ବେଳ ଥାଉଥାଉ ସାବଧାନ ହେବାକୁ ସୂଚାଇ ଦେଇଛନ୍ତି ବୁଦ୍ଧିଜୀବୀ ।
 
ଅନ୍ୟପଟେ ସାଧାରଣ ଜନତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତୁରନ୍ତ ନୁତନ ପରିବହନ କୋଠା କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି । ସେପଟେ ଜିଲ୍ଲାପାଳ ବିଜୟ କୁମାର ଦାସ କହିଛନ୍ତି ଏଯାଏଁ କୋଠାଟିକୁ ପ୍ରଶାସନକୁ ହସ୍ତାନ୍ତର କରିନାହିଁ ନିର୍ମାଣକାରି ସଂସ୍ଥା । ହସ୍ତାନ୍ତର ପ୍ରକ୍ରିୟା ସରିଲେ ଯଥାଶୀଘ୍ର କାର୍ଯ୍ୟକ୍ଷମ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe