କନକ ବ୍ୟୁରୋ: ଡ୍ରାଇଭର ମହାସଂଘ ଆନ୍ଦୋଳନ ଯୋଗୁଁ ପ୍ରଭାବିତ ହାଣ୍ଡିଶାଳ । ପେଟ୍ରୋଲ ଡିଜେଲ, ଘରୋଇ ଗ୍ୟାସ୍‌, ପନିପରିବା ଓ ରାସନ ସାମଗ୍ରୀ ଦର ଆକାଶ ଛୁଆଁ ହେଲାଣି । ଯଦି ଆଗକୁ ଏ ଆନ୍ଦୋଳନ ଜାରି ରୁହେ ତେବେ ସ୍ଥିତି ସାଂଘାତିକ ହୋଇପାରେ । ଡ୍ରାଇଭର ମହାସଂଘ ଆନ୍ଦୋଳନରେ ପ୍ରଭାବିତ ଘରୋଇ ଗ୍ୟାସ। ଡ୍ରାଇଭରଙ୍କ ଆନ୍ଦୋଳନ ଆଜିକୁ ୩ ଦିନରେ ପହଞ୍ଚିଛି । ଆଉ ଏ ସବୁ ଭିତରେ ପେଶି ହୋଇଛନ୍ତି ସାଧାରଣ ଜନତା । କେଉଁଠି ତେଲ ଟ୍ୟାଙ୍କର ଅଟକିଛି ତ’ ଆଉ କେଉଁଠି ବଜାର ଦର ଆକାଶ ଛୁଆଁ । ଆଉ ଏବେ ସାମନାକୁ ଆସିଲାଣି ଗ୍ୟାସ ଚିନ୍ତା । ଡେପୋରେ ଗ୍ୟାସ ସରିଲାଣି । ଗ୍ୟାସ ବିତରଣ ପାଇଁ ଅଟୋ ଆସୁନାହିଁ । ଫଳରେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଉରକେଲା, କଟକ, ଖୋର୍ଦ୍ଧା ଓ କଟକରୁ ଆସିଥିବା ଏହି ଖବର ସାରା ରାଜ୍ୟକୁ ପ୍ରତିନିଧିତ୍ୱ କରୁଛି କହିଲେ ଭୁଲ ହେବ ନାହିଁ । ଜଟଣୀ ଛଣଘର କୁସୁମାଟି ଠାରେ ଥିବା ଗ୍ୟାସ ଡିପୋ । ରାଜ୍ୟର ବିଭିନ ସ୍ଥାନକୁ ଏହି ଡିପୋରୁ ପ୍ରତ୍ୟେକ ଦିନ ଶହଶହ ଗାଡ଼ି ଦ୍ବାରା ରନ୍ଧନ ଗ୍ୟାସ ଯୋଗାଯାଇଥାଏ । ହେଲେ ୩ ଦିନ ଧରି ଚାଲିଥିବା ଡ୍ରାଇଭର ସଂଘ ଆନ୍ଦୋଳନ ପାଇଁ ଗାଡ଼ି ଯାତୟାତ କରୁନାହିଁ । ଗାଡି ଗୁଡିକ ଡିପୋ ଆଗରେ ଛିଡା ହୋଇରହିଛି । ଯାହାକୁ ନେଇ ପ୍ରଭାବିତି ହୋଇଛି ଗ୍ୟାସ ବିତରଣ ।