କନକ ବ୍ୟୁରୋ : ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ । ଏକ ମାସର ମହଲତ ମଧ୍ୟରେ ସରକାର ସେମାନଙ୍କ ଦାବି ପୂରଣ କରିନଥିବାରୁ ମହାସଂଘ ଆନ୍ଦୋଳନକୁ ଓହ୍ଲାଇଛି । ଓଡ଼ିଶାର ୫ ଲକ୍ଷ ଡ୍ରାଇଭର ଷ୍ଟିଅରିଂ ଧରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ୭ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କରିବାକୁ ଅଲ ଓଡ଼ିଶା ଡ୍ରାଇଭର ଆସୋସିଏସନ୍ ଚେତାବନୀ ଦେଇଛି । ସ୍କୁଲ ବସ୍, ଆମ୍ବୁଲାନ୍ସ ଓ କ୍ଷୀର ଗାଡ଼ିରୁ ବାଦ୍ ଦିଆଯିବ । ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ନିଷ୍ପତ୍ତି ପାଇଁ ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇଛି । ଅନେକ ସ୍ଥାନରେ ଯାତ୍ରୀ ହନ୍ତସନ୍ତ ହେଉଥିବାର ଚିତ୍ର ବି ସାମ୍ନାକୁ ଆସିଛି । ସେପଟେ କିଛି ସମୟ ଭିତରେ ସମାଧାନ ହୋଇଯିବ ଡ୍ରାଇଭରଙ୍କ ଆନ୍ଦୋଳନ । ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବାକୁ ଡ୍ରାଇଭର ମହାସଂଘ ସହ ଆଲୋଚନା କରିବେ ପରିବହନ ମନ୍ତ୍ରୀ । ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ଡ୍ରାଇଭର ମହାସଂଘ ସହ ପୂର୍ବରୁ ଆଲୋଚନା ହୋଇଥିଲା । ସେମାନଙ୍କ ନାର୍ଯ୍ୟ ଦାବି ଅଛି । ବିଭିନ୍ନ କଥାକୁ ନେଇ ଆନ୍ଦୋଳନ କରିଛନ୍ତି । କଥା ବାର୍ତ୍ତା ଚାଲିଛି । ସରକାରଙ୍କ ବିରୁଦ୍ଧରେ କିମ୍ବା ସରକାର ସେମାନଙ୍କ ବିରୁଦ୍ଧରେ ନାହାନ୍ତି । ସମାଧାନ ବାଟ ବାହାରିବ । ସରକାର ଆଜି ଡାକି ଆଲୋଚନା କରିବେ । ସଙ୍ଘର ଦାବି ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।
ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ, ଖୁବଶୀଘ୍ର ଡ୍ରାଇଭର ସଂଘ ସହ ବୈଠକ କରିବେ ସରକାର
ଓଡ଼ିଶାର ୫ ଲକ୍ଷ ଡ୍ରାଇଭର ଷ୍ଟିଅରିଂ ଧରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ୭ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କରିବାକୁ ଅଲ ଓଡ଼ିଶା ଡ୍ରାଇଭର ଆସୋସିଏସନ୍ ଚେତାବନୀ ଦେଇଛି । ସ୍କୁଲ ବସ୍, ଆମ୍ବୁଲାନ୍ସ ଓ କ୍ଷୀର ଗାଡ଼ିରୁ ବାଦ୍ ଦିଆଯିବ । ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ନିଷ୍ପତ୍ତି ପାଇଁ ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇଛି ।
/kanak/media/media_files/2025/07/08/2-2025-07-08-13-46-24.jpg)