କନକବ୍ୟୁରୋ : ଦିନକୁ ଦିନ ବଢିଚାଲିଛି ସଡକ ଦୁର୍ଘଟଣା । ଟ୍ରକ ଧକ୍କାରେ ଅନ୍ୟ ଜଣେ ଟ୍ରକ ଡ୍ରାଇଭର ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ୧୬ ନମ୍ବର ଜାତୀୟ ରାଜପଥ ସାନ ଘାଟି ପେଟ୍ରୋଲ ପମ୍ଫ ନିକଟରେ । ଟ୍ରକ ଡ୍ରାଇଭର ଜଣକ ଗାଡି ରଖି ରାସ୍ତା ପାର ହେଉଥିବା ବେଳେ ଅନ୍ୟ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଟ୍ରକ ଡ୍ରାଇଭର ଜଣଙ୍କ ଗୁରୁତର ହେବା ପରେ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଟ୍ରକ ଡ୍ରାଇଭର ଜଣଙ୍କ ପରିଚୟ ମିଳିପାରିନାହିଁ । ଧକ୍କା ଦେଇଥିବା ଟ୍ରକ ଡ୍ରାଇଭର ରମ୍ଭା ଥାନା ହୁମ୍ମା ଫାଣ୍ଡିରେ ଅଟକ ରଖିଛି ପୋଲିସ ।
ଗାଡି ରଖି ରାସ୍ତା ପାର ହେଉଥିଲେ ଡ୍ରାଇଭର :ସାମ୍ନାରୁ ପିଟିଦେଲା ଟ୍ରକ
ଦିନକୁ ଦିନ ବଢିଚାଲିଛି ସଡକ ଦୁର୍ଘଟଣା । ଟ୍ରକ ଧକ୍କାରେ ଅନ୍ୟ ଜଣେ ଟ୍ରକ ଡ୍ରାଇଭର ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ୧୬ ନମ୍ବର ଜାତୀୟ ରାଜପଥ ସାନ ଘାଟି ପେଟ୍ରୋଲ ପମ୍ଫ ନିକଟରେ । ଟ୍ରକ ଡ୍ରାଇଭର ଜଣକ ଗାଡି ରଖି ରାସ୍ତା ପାର ହେଉଥିବା ବେଳେ ଅନ୍ୟ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା
/kanak/media/media_files/2024/11/23/Q7thWXl8mrBv93gkrgtS.jpg)