କନକ ବ୍ୟୁରୋ: ଗାଡ଼ି ଚଳାଇବା ବେଳେ ଅସୁସ୍ଥ ହୋଇପଡ଼ିଲେ ଡ୍ରାଇଭର । ଭାରସାମ୍ୟ ହରାଇ ଖାଇକୁ ଖସିଲା ବସ୍ । ଏହି ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି । ଗାଡ଼ି ଚଳାଉଥିବା ସମୟରେ ଡ୍ରାଇଭରଙ୍କୁ ଫିଟ୍ସ ମାରିବାରୁ ଏଭଳି ଦୁର୍ଘଟଣା ଘଟିଥିଲା । ଘଟଣାଟି କୋରାପୁଟ ଜିଲ୍ଲା ଜୟପୁର ସହର ନିକଟ ଗଡପଦର ଗାଁରେ ଘଟିଛି ।
ସବୁଦିନ ଭଳି ଆଜି ମଧ୍ୟ ଲକ୍ଷ୍ମୀବସ ଜୟପୁରରୁ ଗଡପଦର ଗାଁକୁ ୩୦ରୁ ଅଧିକା ଯାତ୍ରୀଙ୍କୁ ନେଇ ଯାଉଥିଲା । ହଠାତ୍ ଭାରସାମ୍ୟ ହରାଇ ଖାଇକୁ ଖସି ପଡିଥିଲା ବସ୍ । ଆହତଙ୍କୁ ଜୟପୁର ଜିଲ୍ଲା ମେଡିକାଲକୁ ପଠାଯାଇଥିବା ବେଳେ ସେମାନଙ୍କ ଭିତରେ ୪ ବର୍ଷର ଶିଶୁ ଥିବା ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/29/N1ShyDb2cMPxZXudhGSR.jpg)