କନକ ବ୍ୟୁରୋ : ପ୍ରେମିକକୁ ପାଇବା ପାଇଁ ୩ ମାସର ଶିଶୁକୁ ନେଇ ଅପହରଣ ନାଟକ କରଥିଲା ମାଆ ।  କିନ୍ତୁ ଏହି ନାଟକ ବେଶି ଦିନ ଚାଲିଲା ନାହିଁ । ନାଟକ ଶେଷ ମୁହୁର୍ତରେ ପହଚିଂବା ପୂର୍ବରୁ ପର୍ଦ୍ଦାଫାସ କରିଦେଲା ପୋଲିସ । ଏଭଳି ଏକ ସମ୍ବଦେଶନଶୀଳ ଘଟଣା ଜୟପୁରରୁ ସାମ୍ନାକୁ ଆସିଛି । 

Advertisment

ଜୟପୁର ପାୱାର ହାଉସ କଲୋନିରେ ରହୁଥିବା  ସୁକାନ୍ତି ଦାସ ରାତିରେ ଶୋଇଥିବା ବେଳେ  ନିଜର ୩ ମାସର ଶିଶୁ ନିଖୋଜ ହୋଇଯାଇଥିବା ନିଜ ସ୍ୱାମୀ ପରମେଶ୍ବରକୁ ଜଣାଇଥିଲେ । ସ୍ୱାମୀ ବାହାରେ ଥିବାରୁ ଜୟପୁର ଆସି ପୋଲିସ ନିକଟରେ ଏତଲା ଦେଇଥିଲେ । ପୁଲିସ ଘଟଣାର ତଦନ୍ତ କରି ସତ୍ୟାସତ୍ୟ ସାମ୍ନାକୁ ଆଣିଛି । ପ୍ରେମିକ ସନ୍ତୋଷ ତ୍ରିପାଠୀଙ୍କୁ ପାଇବା ପାଇଁ ମାଆ ରଚିଥିଲା  ଶିଶୁ ନିଖୋଜର ନାଟକ । ପୋଲିସ ପ୍ରେମିକ, ସୁକାନ୍ତି ଓ ତାଙ୍କ ସ୍ୱାମୀଙ୍କୁ ଥାନା କୁ ଆଣି ପଚାରା ଉଚାରା କରୁଛି । 
ପରକୀୟା ପ୍ରୀତି ପାଇଁ ସୁକାନ୍ତି ଅପହରଣ ନାଟକ ରଚିଥିଲେ । 
-୩ ମାସର ଶିଶୁକୁ ପ୍ରେମିକ ସନ୍ତୋଷକୁ ଦେଇଦେଇଥିଲେ ସୁକାନ୍ତି
-ସନ୍ତୋଷ ଶିଶୁକୁ ଧରି ଭୁବନେଶ୍ବର ଚାଲିଆସିଥିଲେ
-ସନ୍ତୋଷ ଶିଶୁକୁ ଆଣି ଭୁବନେଶ୍ବର ସମ୍ପର୍କୀୟଙ୍କ ଘରେ ରଖିଥିଲେ

ପୁଲିସ ତଦନ୍ତ ପରେ ଶିଶୁକୁ ଭୁବନେଶ୍ବରରୁ ଉଦ୍ଧାର କରିଛି । ଘଟଣାର ପର୍ଦ୍ଦା ଫାସ ହେବା ପରେ ସୁକାନ୍ତି ଦାସ ବି ସବୁ କଥାକୁ ସ୍ବୀକାର କରିଛନ୍ତି ।