ପାଖାପାଖି ଏକ କୋଟି ଟଙ୍କା ଖର୍ଚ୍ଚରେ ପ୍ରସ୍ତୁତ ହୋଇଛି ପାନୀୟ ଜଳ ପ୍ରକଳ୍ପ । ହେଲେ ଆସୁନି ପାଣି, ପ୍ରକଳ୍ପ କାମର ତଦନ୍ତ ପାଇଁ ଗ୍ରାମବାସୀଙ୍କ ଦାବି

Advertisment

୯୮ ଲକ୍ଷ ୩୪ ହଜାର ଟଙ୍କାରେ ନିର୍ମାଣ ହୋଇଛି ପାଣି ଟାଙ୍କି । ଟାଙ୍କି ନିର୍ମାଣ ହେବାର ଏକ ବର୍ଷ ପୁରିଲାଣି କେଉଁଠି ଷ୍ଟାଣ୍ଡ ପୋଷ୍ଟ ଲାଗିଛି ତ ଆଉ କେଉଁଠି ପାଇପ ଗାଁ ଦାଣ୍ଡରେ ପଡିଛି ।

୯୮ ଲକ୍ଷ ୩୪ ହଜାର ଟଙ୍କାରେ ନିର୍ମାଣ ହୋଇଛି ପାଣି ଟାଙ୍କି । ଟାଙ୍କି ନିର୍ମାଣ ହେବାର ଏକ ବର୍ଷ ପୁରିଲାଣି କେଉଁଠି ଷ୍ଟାଣ୍ଡ ପୋଷ୍ଟ ଲାଗିଛି ତ ଆଉ କେଉଁଠି ପାଇପ ଗାଁ ଦାଣ୍ଡରେ ପଡିଛି ।

19q

କନକ ବ୍ୟୁରୋ : ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଗାଁରେ ପାଣିଟାଙ୍କି ବସିଛି ହେଲେ ଲୋକଙ୍କୁ ମିଳୁନି ପିଇବା ପାଣି । ବର୍ଷେ ହେଲା ନିର୍ମାଣ କାମ ଶେଷ ହେଲାଣି ହେଲେ ଲୋକଙ୍କ ଘରେ ଘରେ ପିଇବା ପାଣି ପହଂଚିପାରୁନି ।  କକଟ ଜିଲ୍ଲା ନିଆଳି ବ୍ଲକ ଏରଚଂ ପଂଚାୟତର ମାଗୁରାକୁଦ ଗାଁରୁ ଆସିଛି ଏଭଳି ଖବର ।  ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ବସୁଧା ଯୋଜନାରେ ଓଭର ହେଡ ଟାଙ୍କି ବସିଛି । ୯୮ ଲକ୍ଷ ୩୪ ହଜାର ଟଙ୍କାରେ ନିର୍ମାଣ ହୋଇଛି ପାଣି ଟାଙ୍କି । ଟାଙ୍କି ନିର୍ମାଣ ହେବାର ଏକ ବର୍ଷ ପୁରିଲାଣି କେଉଁଠି ଷ୍ଟାଣ୍ଡ ପୋଷ୍ଟ ଲାଗିଛି ତ ଆଉ କେଉଁଠି ପାଇପ ଗାଁ ଦାଣ୍ଡରେ ପଡିଛି । ହେଲେ ଲୋକେ ପାଣି ମୁନ୍ଦେ ପାଇ ପାରୁନାହାନ୍ତି ଲୋକେ । ଠିକାଦାର ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କା ଚଳୁ କରି ନେଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଟାଙ୍କି ନିର୍ମାଣ ହୋଇଥିବା ପରିସରରେ ଅନା ବନା ଗଛ ମାଡି ଜଙ୍ଗଲର ଭ୍ରମ ସୁଷ୍ଟି ହେଲାଣି । ତେଣୁ ଏହାର ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe