ଖରା ଆରମ୍ଭରୁ ଜଳ ଯନ୍ତ୍ରଣା, ଦୂଷିତ ପାଣି ପିଇ ଅସୁସ୍ଥ ହେଉଛନ୍ତି ଲୋକ

ଖରା ଆରମ୍ଭରୁ ଦେଖିବାକୁ ମିଳିଲାଣି ଜଳ ଯନ୍ତ୍ରଣା । ରାଜ୍ୟର ବିଭିନ୍ନ ସ୍ଥାନରେ ପାଣି ପାଇଁ ହାହାକାର । ଅଚଳ ପଡ଼ିଛି ନଳକୂପ । ଦୂଷିତ ପାଣି ପିଇ ଅସୁସ୍ଥ ହେଉଛନ୍ତି ଲୋକ ।

48-ପାଣି

କନକ ବ୍ୟୁରୋ: ଖରା ଆରମ୍ଭରୁ ଜଳ ଯନ୍ତ୍ରଣାର ଚିତ୍ର । ସବୁଠି ପିଇବା ପାଣି ମୁନ୍ଦାଏ ପାଇଁ ହାହାକାର ପରିସ୍ଥିତି । ଖରା ବଢି ବଢି ଚାଲିଥିବା ବେଳେ ଜଳସ୍ତର କମିବାରେ ଲାଗିଛି । ବସ୍ତାର ବିଭିନ୍ନ ଅଞ୍ଚଳରେ ପାଣି ଯୋଗୁଁ ଲୋକେ ଡହଳ ବିକଳ ହେଉଛନ୍ତି । ନଳକୂଅ ଥାଇ ବି ପାଣି ବାହାରୁନଥିବା ବେଳେ କିଛି ସ୍ଥାନରେ ଅଚଳ ପଡିଛି ନଳକୂଅ । ଲୋକେ ବାଧ୍ୟ ହୋଇ ଦୂଷିତ ପାଣି ପିଇ ରୋଗାକ୍ରାନ୍ତ ହୋଇପଡୁଛନ୍ତି । ସମସ୍ୟା ନେଇ ବହୁବାର ଜଣାଇ ନିରାଶ ହେବା ପରେ ଗରା ବାଲଟି ନେଇ ପ୍ରତିବାଦ କରିଛନ୍ତି ଗାଁର ମହିଳାମାନେ । ସେହିଭଳି କଣ୍ଟାବାଞ୍ଜିରେ ମଧ୍ୟ ପିଇବା ପାଣି ସମସ୍ୟା । ତୁରେକେଲା କାଦୋବସା ଗାଁରେ ପିଇବା ପାଣିର ଉତ୍କଟ ସମସ୍ୟା । ନଳକୂଅ ପାଖରେ ଟାଇଁ ଟାଇଁ ଖରାରେ ପାଣି ଟିକେ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରି ରହୁଛନ୍ତି ମହିଳାମାନେ ।

 
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତାରଙ୍ଗ ଆଦିବାସୀ ସାହିରେ ପାଣି ସମସ୍ୟା ନେଇ ମହିଳାମାନେ ବିରୋଧ କରିଥିଲେ । ବହୁବାର ସମସ୍ୟା ନେଇ ଜଣାଇଥିଲେ ବି ସମସ୍ୟାରେ ସୁଧାର ଆସିନି । ଯାହାର ବିରୋଧ କରି ହାତରେ ଗରା, ବାଲ୍‌ଟି ଧରି ରାସ୍ତା ଅବରୋଧ କରିଥିଲେ ମହିଳା । ସେହିଭଳି କାଦୁଆପଡା ଗାଁରେ ଉତ୍କଟ ରୂପ ଧାରଣ କରିଛି ଜଳ ସମସ୍ୟା । ଗୋଟିଏ ମାତ୍ର ନଳକୂଅ ଉପରେ ଶହେ ପରିବାର ନିର୍ଭର କରୁଛନ୍ତି । ଲୋକଙ୍କ ପାଇଁ ପାଣି ସବୁଦ୍ରକୁ ଶଙ୍ଖେ ସଦୃଶ । ଏନେଇ ଗାଁର ଲୋକ ଅଭିଯୋଗ କରିଥିଲେ ବି ଏଯାଏଁ ପିଇବାପାଣିର ସୁବିଧା କରାଯାଇପାରିନି । ଯାହାର ବିରୋଧ କରିବା ସହ ପାଣି ଯୋଗାଇବାକୁ ଲୋକେ ଦାବି କରିଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe