କନକ ବ୍ୟୁରୋ :ଚାଲିଛି ଗ୍ରୀଷ୍ମ ଋତୁ...ଦିନକୁ ଦିନ ବଢି ଚାଲିଛି ଖରାର ପ୍ରକୋପ । ଆଉ ଏହି ଅତ୍ୟଧିକ ଖରାଯୋଗୁଁ ଯେଉଁ ଗରମ ହେଉଛି ସେଥିରେ କାହାକୁ ବି ରୁଚୁନି ବିନା ଥଣ୍ଡା ଥିବା ପାଣି । ସେଥିଲାଗି ଏବେ ଘରେ ଘରେ ଥଣ୍ଡା ପାଣି ପିଇବା ପାଇଁ ପ୍ଲାଷ୍ଟିକ୍ ବୋତଲରେ ପାଣି ଭରି ଫ୍ରିଜରେ ରଖିବା ଆରମ୍ଭ ହୋଇଗଲାଣି । କିନ୍ତୁ ଆପଣ ଜାଣନ୍ତି କି,ତମ୍ବା ପାତ୍ରରେ ପାଣି ରଖି ପିଇବା କେତେ ହିତକର । ଅର୍ଥାତ୍ ତମ୍ବାରେ ତିଆରି ପାତ୍ରରେ ରଖାଯାଇଥିବା ପାଣି ଅନେକ ଗୁଣରେ ପରିପୂର୍ଣ୍ଣ ହୋଇଥାଏ । ଏହି ପାତ୍ରରେ ରଖାଯାଇଥିବା ପାଣି ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟିଭାଇରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର । ଜାଣନ୍ତୁ ତମ୍ବା ପାତ୍ରରେ ପାଣି ରଖି ପିଇଲେ କଣ ସବୁ ଫାଇଦା ମିଳେ । 

Advertisment

ହଜମ ପ୍ରକ୍ରିୟା ବଢାଏ

ତମ୍ବା ପାତ୍ରରେ ପାଣି ପିଇବାର ଲାଭ ଅନେକ । ଯାହା ଆମ ହଜମ ଶକ୍ତିକୁ ବଢାଇବାରେ କରିବାରେ ସାହାଯ୍ୟ କରେ। ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଭାଇରାଲ୍ ଗୁଣ ପାଚନ ତନ୍ତ୍ରରେ ଥିବା ବ୍ୟାକ୍ଟେରିଆ ଏବଂ ଭାଇରସକୁ ମାରିବାରେ ସହାୟକ ହୋଇଥାଏ । ଯାହାଦ୍ୱାରା ପେଟ ସମସ୍ୟା ଦୂର ହୁଏ ଏବଂ ପାଚନକ୍ରିୟା ଠିକ୍‌ ରୁହେ ।

ସ୍କିନ୍‌ ଏବଂ କେଶ ପାଇଁ ଲାଭଦାୟକ

ତମ୍ବା ପାତ୍ରରେ ପାଣି ରଖି ପିଇବା ଦ୍ୱାରା ଶରୀରରେ କୋଲାଜେନର ଉତ୍ପାଦନ ବୃଦ୍ଧି ପାଏ । ଯାହାଦ୍ୱାରା ଚର୍ମରେ କୁଞ୍ଚନ କମିଯାଏ ଏବଂ ଚର୍ମ ଉଜ୍ଜ୍ୱଳ ହୁଏ । ଏହା ସହିତ, ମେଲାନିନର ଉତ୍ପାଦନ ମଧ୍ୟ ବୃଦ୍ଧି କରେ । ଯାହା ଯୋଗୁଁ କେଶର ରଙ୍ଗ ମଧ୍ୟ ଗାଢ କଳା ରହିଥାଏ ।

ଆଖି ପାଇଁ ହିତକର

ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ଦୃଷ୍ଟିଶକ୍ତି ଭଲ ରୁହେ । ମେଲାନିନର ଉତ୍ପାଦନ ବୃଦ୍ଧି ଆଖି ପାଇଁ ବହୁତ ଲାଭଦାୟକ ।

କର୍କଟ ରୋଗ ନିବାରଣ

ଯଦି ଆପଣ ନିୟମିତ ଭାବରେ ତମ୍ବା ପାତ୍ରରେ ପାଣି ପିଅନ୍ତି, ତେବେ ଏହା କର୍କଟ ରୋଗର ଆଶଙ୍କା କମ୍‌ କରିବାରେ ସାହାଯ୍ୟ କରେ ।

ତେବେ ତମ୍ବା ପାତ୍ରରେ ପାଣି ଭରି ରଖିବାର ସଠିକ୍‌ ସମୟ ହେଉଛି ରାତି । ରାତିସାରା ତମ୍ବା ପାତ୍ରରେ ପାଣି ରହିବା ଦ୍ୱାରା ତମ୍ବା ଉପାଦାନଗୁଡ଼ିକ ପାଣିରେ ଦ୍ରବୀଭୂତ ହୋଇଯାଏ ଏବଂ ଏହି ପାଣି ଅଧିକ ସ୍ୱାସ୍ଥ୍ୟକର ହୋଇଥାଏ ।