କୋଲ୍ଡଡ୍ରିଙ୍କସ୍ ପିଇବାକୁ କାହାକୁ ବା ଭଲ ନଲାଗେ । ଘରକୁ କୁଣିଆ ଆସିଲେ କୋଲ୍ଡଡ୍ରିଙ୍କସଟେ କିଣି ଆଣିଦିଅ , ପେଟରେ ଗ୍ୟାସ୍ ହେଲେ କୋଲ୍ଡଡ୍ରିଙ୍କସରେ ଜଲଜିରା ପକାଇ ପିଇଦିଅ । ପ୍ରବଳ ଖରା,ଗରମ ହେଲେ ତଣ୍ଟିକୁ ଶାନ୍ତି ଦେବା ପାଇଁ ଆଗ ଖୋଜା ପଡ଼େ କୋଲ୍ଡଡ୍ରିଙ୍କସ୍ । ଆଉ ଘରେ ଛୋଟପିଲା ଥିଲେ କୋଲ୍ଡଡ୍ରିଙ୍କସରୁ ଢୋକେ ବଂଚାଇବା ବି ମୁସ୍କିଲ୍ । କିଛି ଲୋକ ତ ପ୍ରତିଦିନ କୋଲ୍ଡଡ୍ରିଙ୍କସ୍ ପିଅନ୍ତି । ହେଲେ ଏ ମୃଦୁପାନୀୟ ଦେହ ପାଇଁ କେତେ ମାରାତ୍ମକ କେବେ ଭାବିଛନ୍ତି କି? ଅଧିକ ଥଣ୍ଡାପାନୀୟ ପିଇବା ଯାହା ଧିରେ ଧିରେ ଶରୀରକୁ ସଢାଇଦେବା ତାହା । ତେବେ ଆପଣ ବି ଯଦି କୋଲଡ୍ରିଙ୍କ୍ ଲଭର୍ ତେବେ ସତର୍କ ହୋଇଯାଆନ୍ତୁ । 

Advertisment

drink

ହେଲଥଲାଇନର ଏକ ରିପୋର୍ଟ ମୁତାବକ , କୋଲ୍ଡଡ୍ରିଙ୍କସରେ ଚିନି ଏବଂ କ୍ୟାଲୋରୀ ବ୍ୟତୀତ ଅନ୍ୟ କୌଣସି ପୋଷକ ତତ୍ତ୍ୱ ନଥାଏ । ଅଧିକ ମାତ୍ରାରେ କୃତ୍ରିମ ଚିନିର ବ୍ୟବହାର ସ୍ୱାସ୍ଥ୍ୟ ଉପରେ ସ୍ଲୋ ପଏଜନ୍ ଭଳି କାମ କରିଥାଏ । ସାରଦା ହସ୍ପିଟାଲର ଇଣ୍ଟରନାଲ୍ ମେଡିସିନ୍ ବିଭାଗର ପ୍ରଫେସର୍ ଡା.ଭୁମେଶ୍ ତ୍ୟାଗୀଙ୍କ କହିବାନୁସାରେ କୃତ୍ରିମ ଚିନିଯୁକ୍ତ କୋଲ୍ଡଡ୍ରିଙ୍କସ୍ , ପ୍ୟାକେଟ୍ ଜୁସ୍ ଏବଂ ଏନର୍ଜି ଡ୍ରିଙ୍କ୍ ଶରୀରରେ କ୍ୟାଲୋରୀ ବଢାଇଥାଏ । ଯାହାଦ୍ୱାରା ମେଦବହୁଳତା ବଢେ । ଯେଉଁଥିରେ ଡାଇବେଟିସ୍ ହେବାର ଅନେକ ସମ୍ଭାବନା ରହିଛି । 

 soft-drink

ଅଧିକ କୋଲ୍ଡଡ୍ରିଙ୍କସ୍ ପିଇଲେ ଲିଭର୍ ଉପରେ ଏହାର ପ୍ରଭାବ ପଡ଼ିଥାଏ । ଏଥିରେ ନନ୍-ଆଲକୋହଲିକ୍ ଫ୍ୟାଟି-ଲିଭର୍ ଭଳି ସମସ୍ୟା ଦେଖାଯାଏ । ମୃଦୁପାନୀୟ ଲିଭରରେ ପହଂଚିବା ପରେ ଫ୍ରକ୍ଟୋଜକୁ ଫ୍ୟାଟରେ ବଦଳାଇଦିଏ । ଏଭଳି ସ୍ଥିତିରେ ଲିଭରରେ ଫ୍ୟାଟ୍ ଜମିବାରେ ଲାଗେ । ଅନେକ ରିସର୍ଚ୍ଚରୁ ଜାଣିବାକୁ ମିଳେ ଯେ ଅଧିକ ଚିନି ଏବଂ ପ୍ରୋସେସଡ୍ ଫୁଡ୍ ଆପଣଙ୍କ ମସ୍ତିଷ୍କ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ । ମୃଦୁପାନୀୟ ସେବନର ଥରେ ଅଭ୍ୟାସ ଲାଗିଗଲେ ଏହାର ପ୍ରଭାବ ମସ୍ତିଷ୍କ ଉପରେ ପଡ଼େ । ଅଧିକ ମାତ୍ରାରେ କୋଲ୍ଡଡ୍ରିଙ୍କସ୍ ପିଇଲେ ପେଟରେ ଚର୍ବି ଜମିବା ଭଳି ସମସ୍ୟା ମଧ୍ୟ ଦେଖାଯାଏ । ଫ୍ରକ୍ଟୋଜର ମାତ୍ରା ଥିବାରୁ ଏହା ପେଟର ଚାରିପାଖେ ଫ୍ୟାଟ୍ ରୂପରେ ଜମା ହୋଇଯାଏ । ଯାହାକୁ ଅନ୍ତନଳୀର ଚର୍ବି ମଧ୍ୟ କୁହାଯାଏ । ଏଥିରେ ହୃଦୟ ସମ୍ବନ୍ଧୀୟ ରୋଗ ଏବଂ ଡାଏବେଟିସ୍ ହେବାର ବିପଦ ମଧ୍ୟ ବଢିଯାଏ । 

cold-drink-harmful

ଅଧିକ କୋଲ୍ଡଡ୍ରିଙ୍କ୍ ପିଇଲେ ଇନ୍ସୁଲିନ୍ ରଜିଷ୍ଟେଣ୍ଟର ଭୟ ବଢିଯାଏ । ଏଥିରେ ବ୍ଲଡ୍ ସୁଗର୍ ଅଧିକ ବଢିଯାଏ । ଇନ୍ସୁଲିନ୍ ହେଉଛି ଏକ ହର୍ମୋନ୍ ଯାହା ରକ୍ତ ମାଧ୍ୟମରେ ଗ୍ଲୁକୋଜକୁ କଣିକା ପର୍ଯ୍ୟନ୍ତ ପହଁଞ୍ଚାଇଥାଏ । ପ୍ରତିଦିନ ମୃଦୁପାନୀୟ ପିଇବା ମାନେ ମେଦବହୁଳତାକୁ ନିମନ୍ତ୍ରଣ ଦେବା । ଶରୀରରେ ଏକ୍ସଟ୍ରା ସୁଗାରର ମାତ୍ରା ବଢିଲେ ମୋଟାପଣ ବଢେ । ଆଉ ଥରେ ମୋଟାପଣର ଶିକାର ହେଲେ ସବୁ ଅଙ୍ଗ ଉପରେ ଏହାର ପ୍ରଭାବ ଆପେ ଆପେ ପଡ଼େ । କୋଲ୍ଡଡ୍ରିଙ୍ଗସ୍ ପିଇଲେ ଶରୀରରେ ଲେପ୍ଟିନ୍ ରଜିଷ୍ଟେସ୍ ହୋଇଥାଏ । ଯାହା ମୋଟାପଣର ଏକ ବଡ଼ କାରଣ । 

ଦାନ୍ତକୁ ଯଦି ପୋକଡା କରିବାକୁ ଚାହାଁନ୍ତି ତେବେ ନିଃଦ୍ୱନ୍ଦ୍ୱରେ କୋଲ୍ଡଡ୍ରିଙ୍କସର ସେବନ କରିପାରିବେ । ସୋଡାରେ ଫସଫୋରିକ୍ ଏସିଡ୍ ଏବଂ କାର୍ବୋନିକ୍ ଏସିଡ୍ ଥାଏ ଯାହା ଦାନ୍ତର ଇନେମଲକୁ ନଷ୍ଟ କରେ । ଯାହାଫଳରେ ପାଟିରେ ବ୍ୟାକ୍ଟେରିଆ ବଢିଯାଆନ୍ତି ଏବଂ ଦାନ୍ତରେ କ୍ୟାବିଟି ହେଲା ଭଳି ସମସ୍ୟା ଦେଖାଯାଏ । ତେବେ ଆପଣ ବି ଯଦି ପ୍ରତିଦିନ କୋଲ୍ଡଡ୍ରିଙ୍କସ୍ ପିଇବା ଭଳି ଅଭ୍ୟାସ ରଖୁଛନ୍ତି ତେବେ ଆଜି ହିଁ କମାନ୍ତୁ ଏବଂ ଶରୀରକୁ ସୁସ୍ଥ ରଖନ୍ତୁ ।