କନକ ବ୍ୟୁରୋ: କିଛି ବ୍ୟକ୍ତି ସକାଳୁ ସକାଳୁ ପଇଡ଼ ପାଣି ପିଇବାକୁ ପସନ୍ଦ କରିଥାନ୍ତି । ଏହା ଭଲ ଅଭ୍ୟାସ । କାରଣ ଜୁସ୍ ହେଉ ବା ପାଣି ଶରୀରରେ ଜଳୀୟ ଅଂଶ ଯେତିକି ପୂରଣ କରେ ପଇଡ଼ ପାଣି ପିଇଲେ ସେତିକି ଭରଣା ହୋଇଥାଏ । ଏହାଦ୍ବାରା ଶରୀରର ଜଳୀୟ ଅଂଶ ସନ୍ତୁଳିତ ରହିବା ସହ ତ୍ବଚାରେ ଚମକ ଆସିଥାଏ ଏବଂ ଶରୀରର କୋଷିକା ଗୁଡ଼ିକୁ ଦୃଢ ହୋଇଥାଏ ।
ପଇଡ଼ ପାଣିରେ ଆଣ୍ଟିଅକ୍ସିଡେଣ୍ଟ , ଇଲେକ୍ଟ୍ରୋଲାଇଟ୍ସ ଥାଏ , ଯାହା ଶରୀରର ଦୁର୍ବଳତା ଦୂରେଇଥାଏ । ଏହାସହ ରକ୍ତଚାପ, ରକ୍ତରେ ଶର୍କରାର ମାତ୍ରାକୁ ସଠିକ୍ ରଖିଥାଏ । ଏହାସହ ପଇଡ଼ ପାଣିକୁ ନିୟମିତ ପିଇଲେ ଦୁର୍ବଳ ମାଂସପେଶୀ ସୁଦୃଢ଼ ହୋଇଥାଏ । କିନ୍ତୁ ଯଦି କିଛି ଶାରୀରିକ ଅସୁସ୍ଥତା ଥାଏ ତାହେଲେ ଡାକ୍ତରଙ୍କ ସହ ପରାମର୍ଶ କରି ଏହାକୁ ପିଇବା ଉଚିତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/23/coconut-water-2025-07-23-14-32-42.jpg)