କନକବ୍ୟୁରୋ : ବିଚ୍ ରାସ୍ତାରେ ହାଇଡ୍ରାମା । ଗିରଫ କରିବାକୁ ଆସି ହଟହଟ୍ଟା ହେଲା ଛତିଶଗଡ଼ ପୋଲିସ । ଏକ ମାମଲାରେ ବରଗଡ଼ର ରୂପେଶ ଝାମରଙ୍କ ନାଁରେ ୱାରେଣ୍ଟ ଥିବା ନେଇ ଛତିଶଗଡ ପୋଲିସ ଗିରଫ କରିବାକୁ ବରଗଡ଼ ଆସିଥିଲା । ରୂପେଶଙ୍କୁ ଗିରଫ କରି ନେଉଥିବା ସମୟରେ ହୋଇଥିଲା ସ୍ଥାନୀୟ ଲୋକଙ୍କ ସହ ଧସ୍ତାଧସ୍ତି ହୋଇଥିଲା ।
ଯେଉଁ କାରଣରୁ ଦୁଇ ଘଣ୍ଟା ଧରି ଦେଖିବାକୁ ମିଳିଥିଲା ହାଇଡ୍ରାମା । ୧୭ଲକ୍ଷ ଟଙ୍କାର କୌଣସି ଏକ କାରବାରକୁ ନେଇ ରୂପେଶଙ୍କୁ ନାଁରେ ଥିଲା ୱାରେଣ୍ଟ। ରୂପେଶଙ୍କ ମା’ଙ୍କର କହିବା ଅନୁସାରେ, ପୁଅକୁ ଗିରଫ କରିବାକୁ ଆସିଥିବା ପୋଲିସ୍ ଅଧିକାରୀ ତାଙ୍କୁ ଠେଲାପେଲା କରିଥିଲେ । ଅନ୍ୟପଟେ ସିଭିଲ୍ ଲାଇନ୍ ଥାନା ପୋଲିସ୍ ଅଧିକାରୀ କହିଛନ୍ତି ଯେ, ୱାରେଣ୍ଟ ଥିବାରୁ ସେମାନେ ରୂପେଶଙ୍କୁ ଗିରଫ୍ କରିବାକୁ ଆସିଥିଲେ। ହେଲେ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ଧସ୍ତା ଧସ୍ତି କରିଥିଲେ ।