କନକ ବ୍ୟୁରୋ: ରାଜଧାନୀରେ ଡ୍ରେନେଜ୍  ପାଇଁ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ୍ । କୃତ୍ରିମ ବନ୍ୟା ଜଳ ପରିଚାଳନା ପାଇଁ ବି ରହିବ ସ୍ୱତନ୍ତ୍ର ବ୍ୟବସ୍ଥା ।  ତେବେ ଏଥିରେ କିଛି ନୂଆ ନାହିଁ । ପୂର୍ବରୁ ମଧ୍ୟ ଆମେ ଏ କଥା ଶୁଣିଛେ । ଅନେକ ଯୋଜନା ମଧ୍ୟ ହୋଇଛି । ହେଲେ କାର୍ଯ୍ୟକାରିତା ଶୂନ। ଆଉ ଏବେ ପୁଣି ପ୍ରସ୍ତୁତ ହେଉଛି ଯୋଜନା । 

Advertisment

ଏ ଦୃଶ୍ୟ ହେଉଛି ରାଜଧାନୀ ଭୁବନେଶ୍ୱରର। କେଉଁଠି ଡ୍ରେନକୁ ପୋତି ।  ଘର ହୋଇଛି ତ ଆଉ କେଉଁଠି ଜଙ୍ଗଲୀ ଗଛଲତା । ଭିତରେ ପୋତି ହୋଇଗଲାଣି ପ୍ରାକୃତିକ ନାଳ। ପୁଣି କେଉଁଠି ଆବର୍ଜନାରେ ଜାମ ହୋଇ ରହିଛି ଡ୍ରେନ  । ଏହା କୌଣସି ଗୋଟିଏ ଅଞ୍ଚଳର ଦୃଶ୍ୟ ନୁହେଁ। ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗର ହେଉ ଅବା ଜାଗମରା କି ଗ୍ୟାରେଜ ଛକ  । ସହର ମଧ୍ୟ ଦେଇ ଯାଇଥିବା ପ୍ରାକୃତିକ ନାଳର ଅବସ୍ଥା ।   ଡ୍ରେନ ଜାମ ଫଳରେ ବର୍ଷା ହେଲେ ଜଳ ନିଷ୍କାସନରେ ସମସ୍ୟା ହେଉଛି। ଆଉ ଯାହାର ପରିଣାମ ଜଳବନ୍ଦୀ ଆଉ ଯନ୍ତ୍ରଣା । 

ବସ୍ତି ,ବର୍ଜ୍ୟ, ଜବରଦଖଲ। ରାଜଧାନୀ ପାଇଁ ବଡ ସମସ୍ୟା ଭାବେ ମୁଣ୍ଡ ଟେକିଛି। ତେଣୁ ଏସବୁର ପରିଚାଳନା ପାଇଁ ଉଭୟ ସ୍ୱଳ୍ପମିଆଦୀ ସହ ଦୀର୍ଘମିଆଦୀ ଯୋଜନାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଶେଷଜ୍ଞ । ପ୍ରାକୃତିକ ନାଳର ପୁନଃରୁଦ୍ଧାର ସହ ଆବଶ୍ୟକତା ଅନୁସାରେ ନୂତନ ଡ୍ରେନେଜ ବ୍ୟବସ୍ଥା କରିବା ଜରୁରୀ ବୋଲି କହିଛନ୍ତି ଷ୍ଟ୍ରକ୍‌ଚରାଲ୍‌ ଇଞ୍ଜିନିୟର। ବିକାଶ ପାଇଁ ସରକାରୀ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । କିନ୍ତୁ ନାଁ ଆବଶ୍ୟକତା ଅନୁସାରେ ହେଉଛି ସହରର ଉନ୍ନତିକରଣ ନାଁ ସହରବାସୀଙ୍କୁ ମିଳୁଛି ଗୁଣାତ୍ମକ ସେବା ।