ଅରୁଣାଚଳ ଉପରେ ଡ୍ରାଗନ୍‌ର ଆଖି: ପୁଣି ବଦଳାଇଲା ୯ଟି ସ୍ଥାନର ନାଁ, ଭାରତର କଡ଼ା ଆଭିମୁଖ୍ୟ

ଥରେ ନୁହେଁ ବାରମ୍ବାର । ଅରୁଣାଚଳପ୍ରଦେଶ ଉପରେ ନିଜ ଅଧିକାର ଦାବି କରୁଛି ଚୀନ । ରାଜ୍ୟର କିଛି ସ୍ଥାନକୁ କେବେ ନଜର କହୁଛି କେବେ ନାଁ ବଦଳାଉଛି । ପୁଣିଥରେ ଅରୁଣାଚଳର ୯ଟି ସ୍ଥାନର ନାଁ ବଦଳାଇବା ପରେ କଡ଼ା ପ୍ରତିକ୍ରିୟା ରଖିଛି ଭାରତ ।

46CHINA

Photograph: (KANAK NEWS)

କନକ ବ୍ୟୁରୋ: ଥରେ ନୁହେଁ ବାରମ୍ବାର । ଅରୁଣାଚଳପ୍ରଦେଶ ଉପରେ ନିଜ ଅଧିକାର ଦାବି କରୁଛି ଚୀନ । ରାଜ୍ୟର କିଛି ସ୍ଥାନକୁ କେବେ ନଜର କହୁଛି କେବେ ନାଁ ବଦଳାଉଛି । ପୁଣିଥରେ ଅରୁଣାଚଳର ୯ଟି ସ୍ଥାନର ନାଁ ବଦଳାଇବା ପରେ କଡ଼ା ପ୍ରତିକ୍ରିୟା ରଖିଛି ଭାରତ । ବିଦେଶ ମନ୍ତ୍ରାଳୟ ସ୍ପଷ୍ଟ ଶବ୍ଦରେ କହିଛି ନାଁ ବଦଳାଇ ସତକୁ ଲୁଚାଇବା ପ୍ରୟାସ ବ୍ୟର୍ଥ । ଅରୁଣାଚଳ ଭାରତର ଅଭିନ୍ନ ଅଙ୍ଗ ଥିଲା, ଅଛି ଓ ରହିବ ।  ସେପଟେ ଚୀନର ମୁଖପତ୍ର ଗ୍ଲୋବାଲ ଟାଇମ୍ସ ଉପରେ କଟକଣା ଲଗାଇଛି ଭାରତ । ଅପପ୍ରଚାର, ଗୁଜବ ଓ ମିଛ ଖବର ପ୍ରଚାର କରୁଥିବା ଅଭିଯୋଗ କରି ଏହାର ଏକ୍ସ ଆକାଉଣ୍ଟକୁ ଭାରତରେ ବନ୍ଦ କରାଯାଇଛି । ଏନେଇ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଏଲଏସି ନିକଟରେ ବୈଠକ କରି ଚୀନକୁ ବାର୍ତ୍ତା ଦେଇଛନ୍ତି ଅରୁଣାଚଳ ପ୍ରଦେଶ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ ।

ସେପଟେ ପାକିସ୍ତାନ ପରେ ଚୀନ ଆଉ ଏହା ପରେ ପାଳି ପଡିଛି ତୁର୍କୀର । ତୁର୍କୀ ଉପରେ ମଧ୍ୟ ଭାରତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତୁର୍କୀର ସରକାରୀ ମିଡିଆ ଟିଆରଟି ୱାର୍ଲ୍ଡର ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସକୁ ଭାରତରେ ବ୍ୟାନ କରାଯାଇଛି । ପାକିସ୍ତାନର ବନ୍ଧୁ ସାଜି ତୁର୍କୀ ଭାରତ ସହ ବିଶ୍ବାସଘାତକତା କରିଛି । ତୁର୍କୀର ଡ୍ରୋନକୁ ଭାରତ ବିରୋଧରେ ବ୍ୟବହାର କରିଛି ପାକ । ଯାହାର ପ୍ରମାଣ ସେନା ହାତରେ ଲାଗିବା ପରେ ତିଳେ ହେଲେ ବିଳମ୍ବ ନକରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଭାରତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe