କର୍କଟ- ମଧୁମେହକୁ ନିୟନ୍ତ୍ରଣ କରିବ ଡ୍ରାଗନ୍ ଫ୍ରୁଟ୍  ; ହାର୍ଟ ପାଇଁ ବି ରାମବାଣ

Advertisment

ବାଜରରେ ଟିକେ ଅଧିକ ଦରରେ ବିକ୍ରି ହେଉଛି ଡ୍ରାଗନ୍ ଫ୍ରୁଟ୍, କିନ୍ତୁ ଶରୀର ପାଇଁ ଏହା ବେଶ୍ ଉପକାରୀ, ମଧୁମେହ, କର୍କଟ, ହାଟର୍ ପାଇଁ ଏହା ରାମବାଣ

ବାଜରରେ ଟିକେ ଅଧିକ ଦରରେ ବିକ୍ରି ହେଉଛି ଡ୍ରାଗନ୍ ଫ୍ରୁଟ୍, କିନ୍ତୁ ଶରୀର ପାଇଁ ଏହା ବେଶ୍ ଉପକାରୀ, ମଧୁମେହ, କର୍କଟ, ହାଟର୍ ପାଇଁ ଏହା ରାମବାଣ

df

କନକ ବ୍ୟୁରୋ: ଡ୍ରାଗନ୍ ଫ୍ରୁଟ୍ ହେଉଛି ଲୋ କ୍ୟାଲୋରି ସୁପରଫୁଡ୍ , ଯାହା ଫାଇବର , ଭିଟାମିନ୍ ଓ ଆଣ୍ଟି ଅକ୍ସିଡାଣ୍ଟରେ ଭରା । ଏହା ମହଙ୍ଗା ହୋଇଥିବାରୁ ଇଚ୍ଛା ଥିଲେ ବି ଏହାକୁ କିଣିବାକୁ ଲୋକେ ପସନ୍ଦ କରନ୍ତି ନାହିଁ । ଏହା ଫାଇବର , ଭିଟାମିନ୍  ସି, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍ ପରି ପୋଷକ ତତ୍ତ୍ବରେ ଭରା । ଏହା ମଧ୍ୟ ସୁପରଫୁଡ୍  ଭାବେ ଗଣା । 

ଏଥିରେ ଥିବା ଭିଟାମିନ୍ ସି ଓ ଆଣ୍ଟିଅକ୍ସିଡାଣ୍ଟ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା ସହ ଥଣ୍ଡା, କାଶ ପର ସମସ୍ୟାରୁ ଦୂରେଇ ରଖେ ।

ଏଥିରେ ଥିବା ଫାଇବର ହଜମ ପ୍ରକ୍ରିୟାକୁ ତୀବ୍ର କରିବା ସହ ବଦହଜମି ସମସ୍ୟାରୁ ଦୂରେଇ ରଖେ ।

 ଡ୍ରାଗନ୍ ଫ୍ରୁଟ୍ ହାର୍ଟ ପାଇଁ ରାମବାଣ ପରି । ଏହି ଫଳରେ ମନୋସାଚ୍ୟୁରେଟେଡ୍ ଫ୍ୟାଟ୍ ରହିଥାଏ ଯାହା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ । ଫଳରେ ହୃଦଘାତ ଆଶଙ୍କାକୁ ହ୍ରାସ କରେ ।

ଏଥିରେ କ୍ୟାଲସିୟମ୍ ଓ ମ୍ୟାଗ୍ନେସିୟମ ଥିବାରୁ ଏହାର ସେବନ ହାଡକୁ ମଜଭୁତ କରିବା ସହ ଅଷ୍ଟିଓପୋରୋସିସ୍ ପରି ସମସ୍ୟାରୁ ଦୂରେଇଥାଏ ।

ଏହା କର୍କଟ ପରି ଘାତକ ରୋଗରୁ ମଧ୍ୟ ରକ୍ଷା କରେ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ସହ ଫ୍ଲେବୋନାଇଡ୍ସ ଥିବାରୁ ଶରୀରରେ କର୍କଟ କୋଷିକା ବିକଶିତ ହୋଇପାରେ ନାହିଁ ।

ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ କମ୍ ଥିବାରୁ ମଧୁମେହ ପାଇଁ ମଧ୍ୟ ଏହି ଫଳ ବେଶ୍ ଉପକାରୀ । ଏହାକୁ ଖାଇଲେ ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣରେ ରହିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe