କନକ ବ୍ୟୁରୋ: ଡ୍ରାଗନ୍ ଫ୍ରୁଟ୍ ହେଉଛି ଲୋ କ୍ୟାଲୋରି ସୁପରଫୁଡ୍ , ଯାହା ଫାଇବର , ଭିଟାମିନ୍ ଓ ଆଣ୍ଟି ଅକ୍ସିଡାଣ୍ଟରେ ଭରା । ଏହା ମହଙ୍ଗା ହୋଇଥିବାରୁ ଇଚ୍ଛା ଥିଲେ ବି ଏହାକୁ କିଣିବାକୁ ଲୋକେ ପସନ୍ଦ କରନ୍ତି ନାହିଁ । ଏହା ଫାଇବର , ଭିଟାମିନ୍ ସି, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍ ପରି ପୋଷକ ତତ୍ତ୍ବରେ ଭରା । ଏହା ମଧ୍ୟ ସୁପରଫୁଡ୍ ଭାବେ ଗଣା ।
ଏଥିରେ ଥିବା ଭିଟାମିନ୍ ସି ଓ ଆଣ୍ଟିଅକ୍ସିଡାଣ୍ଟ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା ସହ ଥଣ୍ଡା, କାଶ ପର ସମସ୍ୟାରୁ ଦୂରେଇ ରଖେ ।
ଏଥିରେ ଥିବା ଫାଇବର ହଜମ ପ୍ରକ୍ରିୟାକୁ ତୀବ୍ର କରିବା ସହ ବଦହଜମି ସମସ୍ୟାରୁ ଦୂରେଇ ରଖେ ।
ଡ୍ରାଗନ୍ ଫ୍ରୁଟ୍ ହାର୍ଟ ପାଇଁ ରାମବାଣ ପରି । ଏହି ଫଳରେ ମନୋସାଚ୍ୟୁରେଟେଡ୍ ଫ୍ୟାଟ୍ ରହିଥାଏ ଯାହା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ । ଫଳରେ ହୃଦଘାତ ଆଶଙ୍କାକୁ ହ୍ରାସ କରେ ।
ଏଥିରେ କ୍ୟାଲସିୟମ୍ ଓ ମ୍ୟାଗ୍ନେସିୟମ ଥିବାରୁ ଏହାର ସେବନ ହାଡକୁ ମଜଭୁତ କରିବା ସହ ଅଷ୍ଟିଓପୋରୋସିସ୍ ପରି ସମସ୍ୟାରୁ ଦୂରେଇଥାଏ ।
ଏହା କର୍କଟ ପରି ଘାତକ ରୋଗରୁ ମଧ୍ୟ ରକ୍ଷା କରେ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ସହ ଫ୍ଲେବୋନାଇଡ୍ସ ଥିବାରୁ ଶରୀରରେ କର୍କଟ କୋଷିକା ବିକଶିତ ହୋଇପାରେ ନାହିଁ ।
ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ କମ୍ ଥିବାରୁ ମଧୁମେହ ପାଇଁ ମଧ୍ୟ ଏହି ଫଳ ବେଶ୍ ଉପକାରୀ । ଏହାକୁ ଖାଇଲେ ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣରେ ରହିଥାଏ ।