ଫୁଲବାଣୀରେ ସଫଳ ହେଉଛି ଡ୍ରାଗନ ଫ୍ରୁଟ୍ସ ଚାଷ । ଥରେ ଗଛ ଲଗାଇଲେ ୩୦ ବର୍ଷ ଯାଏଁ ହୋଇଥାଏ ଅମଳ

Advertisment

ସବୁଜିମା ପରିବେଶରେ ହସୁଛି କ୍ଷେତ । ଜୁଆଡ଼େ ଚାହିଁବ ସବୁଆଡେ ସବୁଜ ବନାନୀ । ଆଉ ତା’ରି ଭିତରେ ସିମେଣ୍ଟ ଖୁଣ୍ଟ ଉପରେ ଧାଡ଼ି ଧାଡ଼ି ହୋଇ ଠିଆ ହୋଇଛି ଡ୍ରାଗନ ଫ୍ରୁଟ୍ସ ଗଛ । ଫୁଲ ଫଳରେ ଭର୍ତ୍ତି ହୋଇଛି ପଡ଼ିଆ ଜମି । ରାଜ୍ୟର କେନ୍ଦ୍ର ସ୍ଥଳୀରେ ପାହାଡ ପର୍ବତ ଅଞ୍ଚଳରେ ରହିଛି କନ୍ଧମାଳ ଜିଲ୍ଲା ।

ସବୁଜିମା ପରିବେଶରେ ହସୁଛି କ୍ଷେତ । ଜୁଆଡ଼େ ଚାହିଁବ ସବୁଆଡେ ସବୁଜ ବନାନୀ । ଆଉ ତା’ରି ଭିତରେ ସିମେଣ୍ଟ ଖୁଣ୍ଟ ଉପରେ ଧାଡ଼ି ଧାଡ଼ି ହୋଇ ଠିଆ ହୋଇଛି ଡ୍ରାଗନ ଫ୍ରୁଟ୍ସ ଗଛ । ଫୁଲ ଫଳରେ ଭର୍ତ୍ତି ହୋଇଛି ପଡ଼ିଆ ଜମି । ରାଜ୍ୟର କେନ୍ଦ୍ର ସ୍ଥଳୀରେ ପାହାଡ ପର୍ବତ ଅଞ୍ଚଳରେ ରହିଛି କନ୍ଧମାଳ ଜିଲ୍ଲା ।

40v

କନକ ବ୍ୟୁରୋ : ସବୁଜିମା ପରିବେଶରେ ହସୁଛି କ୍ଷେତ । ଜୁଆଡ଼େ ଚାହିଁବ ସବୁଆଡେ ସବୁଜ ବନାନୀ । ଆଉ ତା’ରି ଭିତରେ ସିମେଣ୍ଟ ଖୁଣ୍ଟ ଉପରେ ଧାଡ଼ି ଧାଡ଼ି ହୋଇ ଠିଆ ହୋଇଛି ଡ୍ରାଗନ ଫ୍ରୁଟ୍ସ ଗଛ । ଫୁଲ ଫଳରେ ଭର୍ତ୍ତି ହୋଇଛି ପଡ଼ିଆ ଜମି । ରାଜ୍ୟର କେନ୍ଦ୍ର ସ୍ଥଳୀରେ ପାହାଡ ପର୍ବତ ଅଞ୍ଚଳରେ ରହିଛି କନ୍ଧମାଳ ଜିଲ୍ଲା । ଜିଲ୍ଲାର ଘଞ୍ଚ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ନକ୍ସଲମାନେ ଆଡ୍ଡା ଜମାଉଛନ୍ତି । ଘଞ୍ଚ ଜଙ୍ଗଲ ଭିତରେ ବେଆଇନ ଗଞ୍ଜେଇ ଚାଷ ମଧ୍ୟ ଚାଲିଛି । ତେଣୁ  ବେଆଇନ ଗଞ୍ଜେଇ ଚାଷ ସହିତ ନକ୍ସଲଙ୍କ ଠାରୁ କିଭଳି ବନବାସୀମାନେ ଦୂରେଇ ରହିବେ ସେନେଇ ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି  । ଗଞ୍ଜେଇ ଚାଷ ଠାରୁ ଅଧିକ ଲାଭ ଦେଉଥିବା ଡ୍ରାଗନ ଫ୍ରୁଟ୍ସ ଚାଷ ଜିଲ୍ଲାର ନକ୍ସଲ ପ୍ରାବଭିତ ଅଞ୍ଚଳରେ ଆରମ୍ଭ ହୋଇଛି । ଫିରିଙ୍ଗିଆ ବ୍ଲକ ବେଡାକେତା ଗାଁର ୨ଜଣ ଚାଷୀ ଡ୍ରାଗନ ଫ୍ରୁଟ୍ସ ଚାଷ କରି ସଫଳ ହୋଇଛନ୍ତି । ଗାଁର କଇନ୍ଦ୍ର କହଁର ଏବଂ ବେଲାର କହଁର ୧ ଏକର ଜମିରେ ୨୦୨୨ରୁ ପ୍ରାୟ ୩୫୦୦ ଡ୍ରାଗନ ଫ୍ରୁଟ୍ସ ଗଛ ଲଗାଇଛନ୍ତି  । ଗତବର୍ଷ ଠାରୁ ଗଛରୁ ଫଳ ଅମଳ ହେଉଛି । ଗତବର୍ଷ ପ୍ରାୟ ୫୦ କିଲୋ ଉତ୍ପାଦନ ହୋଇଥିଲା । ଚଳିତ ବର୍ଷ  ୩ରୁ ୪ କ୍ବିଇଣ୍ଟାଲ ଫଳ ଅମଳ ହୋଇଛି । ଯାହାକୁ କିଲୋ ପିଛା ୨୦୦ ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ । ଆଗକୁ ଆହୁରି ଅଧିକ ଅମଳ ହେବାର ଆଶା ରହିଛି । ସବୁଠାରୁ ବଡ କଥା ହେଲା ଏହି ଗଛ ଥରେ ଲାଗାଇଲେ ପ୍ରାୟ ୩୦ ବର୍ଷ ପର୍ୟ୍ୟନ୍ତ ଫଳ ଦେଇଥାଏ  । କେବଳ ପ୍ରତିବର୍ଷ ଗଛ ଗୁଡିକର ଆବଶ୍ୟକ ଯତ୍ନନେବା ଜରୁରୀ ବୋଲି ଚାଷୀ ମାନେ କହିଛନ୍ତି । ପୂର୍ବରୁ ସେମାନେ ପାରମ୍ପରିକ ଚାଷ କରି କିଛି ଲାଭ ପାଉନଥିଲେ । 

ଗତ କିଛି ବର୍ଷ ମଧ୍ୟରେ କନ୍ଧମାଳ ଜିଲ୍ଲାର ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ବନବାସୀ ଏବଂ ଚାଷୀମାନେ ବେଆଇନ ଗଞ୍ଜେଇ ଚାଷ ମୁହାଁ ହୋଇଥିଲେ । ସେମାନଙ୍କୁ କିଭଳି ମୁଖ୍ୟ ଚାଷକୁ ଫେରାଇ ଆଣାଯାଇପାରିବ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଥିଲା । ଦେଢବର୍ଷ ତଳେ ସରକାରଙ୍କ ପକ୍ଷରୁ ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ଲାଭଦାୟକ ଚାଷ କରିବା ପାଇଁ ନିଷ୍ପତି ନିଆଯାଇଥିଲା । କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଫୁଲବାଣୀ ଆଇ.ଟି.ଡି.ଏ ପକ୍ଷରୁ ନକ୍ସଲ ଅଧ୍ୟୁଷିତ ଫିରିଙ୍ଗିଆ ବ୍ଲକର ୩ଟି ସ୍ଥାନରେ ଡ୍ରାଗନ ଫ୍ରୁଟ ଚାଷ ଆରମ୍ଭ ହୋଇଛି । ଚାଷୀମାନଙ୍କୁ ଡ୍ରାଗନ ଫ୍ରୁଟ୍ସ ଚାଷ ଉପରେ ତାଲିମ ସହିତ ମାଗଣାରେ ଗଛ ଚାରା, ଖୁଣ୍ଟ ବାଡ ଏବଂ ଜଳସେଚନର ସୁବିଧା କରାଯାଇଛି  । ଏହା ସହିତ ଚାଷୀଙ୍କ ସ୍ୱଳ୍ପ ଅର୍ଥ ବିନିଯୋଗରେ ଗୋଟିଏ ଗୋଟିଏ ପ୍ୟାକ ହାଉସ ନିର୍ମାଣ କରାଯାଇଛି । ଫୁଲବାଣୀ ଆଇ.ଟି.ଡି.ଏର ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଷୀ ମାନେ ଡ୍ରାଗନ ଫ୍ରୁଟ୍ସ ଚାଷ କରୁଛନ୍ତି । ଆଇ.ଟି.ଡିଏର ପ୍ରକଳ୍ପ ପ୍ରଶାସକ ଚାଷ ଜମିକୁ ଯାଇ ଚାଷ କାର୍ୟ୍ୟର ତଦାରଖ କରୁଛନ୍ତି । 

ଫୁଲବାଣୀ ବଜାରରେ ଫଳ ବିକ୍ରି କରିବା ପାଇଁ ମା ଖମ୍ବେଶ୍ୱରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନିୟୋଜିତ କରାଯାଇଛି। ଫଳରେ ଫୁଲବାଣୀ ସହରରେ ବର୍ତମାନ ଡ୍ରାଗନ ଫ୍ରୁଟ୍ ଭଲ ବିକ୍ରି ହେଉଛି ଏବଂ ସହରବାସୀ ମଧ୍ୟ ଡ୍ରାଗନ ଫ୍ରୁଡ ହାତପାଆନ୍ତାରେ ପାଇ ପାରୁଛନ୍ତି । ତେବେ ଜିଲ୍ଲାରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଡ୍ରାଗନ ଫ୍ରୁଟ୍ସ ଚାଷ ସଫଳ ହୋଇଥିବାରୁ ଆଗକୁ ଆହୁରି ଅଧିକ ଚାଷୀଙ୍କୁ ଏହି ଚାଷ କରିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଫୁଲବାଣୀ ଆଇ.ଟି.ଡି.ଏର ପ୍ରକଳ୍ପ ପ୍ରଶାସକ କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe