୧୨ ନୂଆ ଏନଏସି ପାଇଁ ଡ୍ରାଫ୍ଟ ନୋଟିଫିକେସନ୍ ;  ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

୧୨ ନୂଆ ଏନଏସି ପାଇଁ ଡ୍ରାଫ୍ଟ ନୋଟିଫିକେସନ୍ । ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ।  ୭ଟି ଜିଲ୍ଲାର ୫  ବ୍ଲକ ପାଇବେ ଏନ୍ଏସି ମାନ୍ୟତା । ବିଜ୍ଞପ୍ତି ପରେ ଆଗକୁ ବଢ଼ିବ ପ୍ରକ୍ରିୟା ।

11

କନକ ବ୍ୟୁରୋ: ୧୨ ନୂଆ ଏନଏସି ପାଇଁ ପ୍ରକାଶ ପାଇଲା ଡ୍ରାଫ୍ଟ ନୋଟିଫିକେସନ୍ । ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ଏହି ବିଜ୍ଞପ୍ତି । ୭ଟି ଜିଲ୍ଲାର ୫ଟି ବ୍ଲକକୁ ଏନ୍ଏସି ମାନ୍ୟତା ଦେବାକୁ ଯାଉଛନ୍ତି ସରକାର । ଅନୁଗୁଳର ପାଲଲହଡ଼ା, ବାଲେଶ୍ବରର ଶିମୁଳିଆ ଓ ବସ୍ତା, ସୋନପୁରର ବୀରମହାରାଜପୁର, ମୟୂରଭଞ୍ଜର ବେତନଟୀ, ବାଙ୍ଗିରିପୋଷି, ଚିତ୍ରଡା, ରାୟଗଡ଼ାର ବିଷମକଟକ, ସମ୍ବଲପୁରର ବାମରା, ରେଙ୍ଗାଳି, ଭଦ୍ରକର ତିହିଡ଼ି ଓ ଧୁଷୁରୀକୁ ଖୁବଶୀଘ୍ର ଏନଏସି ମାନ୍ୟତା ମିଳିବ । ଗତକାଲି ଗାନ୍ଧିମାର୍ଗରେ ୨୧ଟି ଏନ୍ଏସି ଗଠନ ନେଇ କହିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଆଜି ୧୨ଟି ନୂଆ ଏନଏସି ପାଇଁ ଡ୍ରାଫ୍ଟ ନୋଟିଫିକେସନ ପ୍ରକାଶ ପାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe