କନକ ବ୍ୟୁରୋ: ୧୨ ନୂଆ ଏନଏସି ପାଇଁ ପ୍ରକାଶ ପାଇଲା ଡ୍ରାଫ୍ଟ ନୋଟିଫିକେସନ୍ । ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ଏହି ବିଜ୍ଞପ୍ତି । ୭ଟି ଜିଲ୍ଲାର ୫ଟି ବ୍ଲକକୁ ଏନ୍ଏସି ମାନ୍ୟତା ଦେବାକୁ ଯାଉଛନ୍ତି ସରକାର । ଅନୁଗୁଳର ପାଲଲହଡ଼ା, ବାଲେଶ୍ବରର ଶିମୁଳିଆ ଓ ବସ୍ତା, ସୋନପୁରର ବୀରମହାରାଜପୁର, ମୟୂରଭଞ୍ଜର ବେତନଟୀ, ବାଙ୍ଗିରିପୋଷି, ଚିତ୍ରଡା, ରାୟଗଡ଼ାର ବିଷମକଟକ, ସମ୍ବଲପୁରର ବାମରା, ରେଙ୍ଗାଳି, ଭଦ୍ରକର ତିହିଡ଼ି ଓ ଧୁଷୁରୀକୁ ଖୁବଶୀଘ୍ର ଏନଏସି ମାନ୍ୟତା ମିଳିବ । ଗତକାଲି ଗାନ୍ଧିମାର୍ଗରେ ୨୧ଟି ଏନ୍ଏସି ଗଠନ ନେଇ କହିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଆଜି ୧୨ଟି ନୂଆ ଏନଏସି ପାଇଁ ଡ୍ରାଫ୍ଟ ନୋଟିଫିକେସନ ପ୍ରକାଶ ପାଇଛି ।
୧୨ ନୂଆ ଏନଏସି ପାଇଁ ଡ୍ରାଫ୍ଟ ନୋଟିଫିକେସନ୍ ; ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
୧୨ ନୂଆ ଏନଏସି ପାଇଁ ଡ୍ରାଫ୍ଟ ନୋଟିଫିକେସନ୍ । ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ୭ଟି ଜିଲ୍ଲାର ୫ ବ୍ଲକ ପାଇବେ ଏନ୍ଏସି ମାନ୍ୟତା । ବିଜ୍ଞପ୍ତି ପରେ ଆଗକୁ ବଢ଼ିବ ପ୍ରକ୍ରିୟା ।
/kanak/media/media_files/2025/08/17/11-2025-08-17-08-29-43.jpg)