କନକ ବ୍ୟୁରୋ: କଙ୍ଗୋରେ ବନ୍ୟା ବିପତ୍ତି । ପ୍ରବଳ ବର୍ଷା ଏବଂ ବନ୍ୟା ଦେଶରେ ବିପର୍ଯ୍ୟୟ ସୃଷ୍ଟି କରିଛି । ରାଜଧାନୀ କିନ୍ସାସା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ବନ୍ୟା ଫଳରେ ୫,୦୦୦ରୁ ଅଧିକ ଲୋକ ଘର ଛାଡିଛନ୍ତି । ୭୨ଜଣ ପ୍ରାଣ ହରାଇଛନ୍ତି ଏବଂ ୧୫୦ରୁ ଅଧିକ ଆହତ ହୋଇଛନ୍ତି । କିନ୍ସାସାର ଷ୍ଟାଡିୟମଗୁଡ଼ିକରେ ଜରୁରୀକାଳୀନ ଆଶ୍ରୟସ୍ଥଳରେ ଲୋକଙ୍କୁ ରଖାଯାଇଛି ।
ଆଗାମୀ ଦିନଗୁଡ଼ିକରେ ପ୍ରବଳ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ବିମାନବନ୍ଦରକୁ ଯାଉଥିବା ମୁଖ୍ୟ ରାସ୍ତା ବନ୍ୟା ଫଳରେ ନଷ୍ଟ ହୋଇଯାଇଛି । ଅନେକ ଆଫ୍ରିକୀୟ ଦେଶ ବାରମ୍ବାର ବନ୍ୟା ଏବଂ ମରୁଡ଼ିର ସମ୍ମୁଖୀନ ହେଉଛନ୍ତି, ଯାହା ପାଇଁ ବୈଜ୍ଞାନିକମାନେ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରନ୍ତି । ଆଫ୍ରିକାର ଦ୍ୱିତୀୟ ବୃହତ୍ତମ ଦେଶ କଙ୍ଗୋରେ ଗତ କିଛି ବର୍ଷ ମଧ୍ୟରେ ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ ପ୍ରତିବର୍ଷ ଶହଶହ ଲୋକଙ୍କ ମୃତ୍ୟୁ ଘଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/15/AEOjv1aM7sNcqBmuYI05.jpg)