ଯୌତୁକ ପାଇଁ ହତ୍ୟା : ନ୍ୟାୟ ପାଇଁ ଥାନର ଦ୍ବାରସ୍ଥ ହେଲେ ବାପା

Advertisment

୮ ମାସର ଗର୍ଭବତୀ ମହିଳାଙ୍କୁ ଶାଶୂଘର ଲୋକ ପିଟି ପିଟି ମାରିଦେଇଥିବା ଅଭିଯୋଗ। ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ପରିବାର ଲୋକ।

୮ ମାସର ଗର୍ଭବତୀ ମହିଳାଙ୍କୁ ଶାଶୂଘର ଲୋକ ପିଟି ପିଟି ମାରିଦେଇଥିବା ଅଭିଯୋଗ। ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ପରିବାର ଲୋକ।

9

Photograph: (kanaknews)

କନକବ୍ୟୁରୋ : ୮ ମାସର ଗର୍ଭବତୀ ମହିଳାଙ୍କୁ ଶାଶୂଘର ଲୋକ ପିଟି ପିଟି ମାରିଦେଇଥିବା ଅଭିଯୋଗ। ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ପରିବାର ଲୋକ। ମୃତକ ମହିଳା ଜଣକ ହେଲେ ରୁନୁ ମିଶ୍ର । ଗତ ବର୍ଷ 20 ଏପ୍ରିଲ 2025 ରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବ୍ରାହ୍ମଣୀ ଗ୍ରାମର ଦାମୋଦର ମିଶ୍ର ଯାଲୋଇ ଗ୍ରାମର ଲିକୁନ ପାଣିଗ୍ରାହୀ ନାମକ ଜଣେ ବ୍ୟକ୍ତି ସହ ନିଜ ଝିଅ ରୁନୁ ମିଶ୍ରଙ୍କୁ ବିବାହ କରାଇଥିଲେ । ବିବାହ ପରେ ରୁନୁ ମିଶ୍ର ସ୍ବାମୀଙ୍କ ପରିବାର ସହ ସୁବର୍ଣ୍ଣପୁର ସହରର ରାମକୃଷ୍ଣ ନଗରରେ ଭଡ଼ାରେ ରହୁଥିଲେ । ବିବାହ ସମୟରେ  ୫ ଲକ୍ଷ ଟଙ୍କା ଯୌତୁକ ମାଗିଥିଲେ ଶାଶୁଘର ଲୋକ ।

କନକବ୍ୟୁରୋ : କଟକରେ ଫୁଟିଲା ଗୁଳି; ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ରେ ଯୁବକ ମୃତ

ବିବାହ ପର ଦିନ ଝିଅର ବାପା ଏକ ଲକ୍ଷ୍ୟ ଟଙ୍କା ଫୋନ ପେ ରେ ଦେଇଥିଲେ l ତାପରେ ପୁଣି ଦୁଇ ଲକ୍ଷ ଟଙ୍କା ପୁଣି ପୁଅ ଘରକୁ ଯାଇ ନଗଦ ଦେଇଥିବା ଝିଅର ବାପା କହିଛନ୍ତି l ତିନି ଲକ୍ଷ ଦେଇଥିବା ବେଳେ ବାକି ଦୁଇ ଲକ୍ଷ ଟଙ୍କା ଝିଅର ବାପା ଦେଇ ନଥିବାରୁ ପୂର୍ବରୁ ଅନେକ ଥର ମାଡ଼ ପିଟ କରିଥିବା ଝିଅ ପୂର୍ବରୁ ବାପାଙ୍କୁ କହିଥିବା ଅଭିଯୋଗ କରିଛନ୍ତି ଝିଅର ବାପା ଦାମୋଦର ମିଶ୍ର l  ଝିଅର ଅନେକ ସ୍ଥାନରେ ଦାଗ ଚିହ୍ନ ଥିବା ସହ କିଛି ସ୍ଥାନରେ ରକ୍ତ ମଧ୍ୟ ବାହାରୁଥିବାରୁ ଆଜି ଝିଅର ବାପା ସୁବର୍ଣ୍ଣପୁର ଟାଉନ ଥାନାରେ  ଯୌତୁକ ପାଈଁ ମାଡ଼ପିଟ କରି ମାରି ଦେଇଥିବା ଅଭିଯୋଗ କରି ନ୍ୟାୟ ପାଈଁ ଦାବି କରିଛନ୍ତି  l


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe