ଖୁସିଖବର ... ଏବେ ଶସ୍ତାରେ ମିଳିବ ସାମ୍ପୁ , ସାବୁନ ଏବଂ ଜାମ୍ ବୋତଲ ,ଦର କମାଇଲା ହିନ୍ଦୁସ୍ତାନ ୟୁନିଲିଭର

Advertisment

ଦେଶର ସବୁଠୁ ବଡ଼ FMCG କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର (HUL) ନିଜର ଏହି ଲୋକପ୍ରିୟ ସାମଗ୍ରୀଗୁଡ଼ିକର ଦାମ୍ କମାଇବାକୁ ଘୋଷଣା କରିଛି । ନୂଆ ମୂଲ୍ୟ ୨୨ ସେପ୍ଟେମ୍ବରରୁ ଲାଗୁ ହେବ ବୋଲି ସୂଚନା ମିଳିଛି ।

ଦେଶର ସବୁଠୁ ବଡ଼ FMCG କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର (HUL) ନିଜର ଏହି ଲୋକପ୍ରିୟ ସାମଗ୍ରୀଗୁଡ଼ିକର ଦାମ୍ କମାଇବାକୁ ଘୋଷଣା କରିଛି । ନୂଆ ମୂଲ୍ୟ ୨୨ ସେପ୍ଟେମ୍ବରରୁ ଲାଗୁ ହେବ ବୋଲି ସୂଚନା ମିଳିଛି ।

shampoo

shampoo Photograph: (Google)

କନକ ବ୍ୟୁରୋ : ଆପଣ ମଧ୍ୟ ଯଦି ପ୍ରତି ମାସରେ ଡଭ୍ ଶାମ୍ପୁ, ହର୍ଲିକ୍ସ, କିଷାନ ଜାମ୍ କିମ୍ବା ଲାଇଫବୟ ସାବୁନ କିଣୁଛନ୍ତି ତେବେ ଆପଣଙ୍କର ବହୁତ ଟଙ୍କା ଭବିଷ୍ୟତରେ ବଞ୍ଚିବାକୁ ଯାଉଛି । ଦେଶର ସବୁଠୁ ବଡ଼ FMCG କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର (HUL) ନିଜର ଏହି ଲୋକପ୍ରିୟ ସାମଗ୍ରୀଗୁଡ଼ିକର ଦାମ୍ କମାଇବାକୁ ଘୋଷଣା କରିଛି । ନୂଆ ମୂଲ୍ୟ ୨୨ ସେପ୍ଟେମ୍ବରରୁ ଲାଗୁ ହେବ ବୋଲି ସୂଚନା ମିଳିଛି । ଏହି ପଦକ୍ଷେପ ସରକାରଙ୍କ ଜିଏସଟିରେ ହ୍ରାସ କରିବା ପରେ ନିଆଯାଇଛି ।

HUL
HUL Photograph: (Google)

ମନିକଣ୍ଟ୍ରୋଲର ରିପୋର୍ଟ ଅନୁସାରେ, କମ୍ପାନୀ ଖବରକାଗଜରେ ବିଜ୍ଞାପନ ଦେଇ ଏହି ଦର କମାଇବା ବିଷୟରେ ସୂଚନା ଦେଇଛି । ଏଚ.ୟୁ.ଏଲ. କହିଛି ଯେ ସଂଶୋଧିତ ସର୍ବାଧିକ ଖୁଚୁରା ମୂଲ୍ୟ (MRP) ଥିବା ନୂଆ ପ୍ୟାକ ଶୀଘ୍ର ବଜାରରେ ପହଞ୍ଚୁଛି । ୨୨ ସେପ୍ଟେମ୍ବରରୁ ୩୪୦ ମିଲିଲିଟର ଡଭ୍ ଶାମ୍ପୁ ବୋତଲ ୪୯୦ ଟଙ୍କା ବଦଳରେ ୪୩୫ ଟଙ୍କାରେ ମିଳିବ । ପିଲାଙ୍କ ପସନ୍ଦ ହର୍ଲିକ୍ସର ୨୦୦ ଗ୍ରାମ ଜାର୍ ପୂର୍ବରୁ ୧୩୦ ଟଙ୍କାରେ ମିଳୁଥିଲା, ତାହା ୧୧୦ ଟଙ୍କାରେ ଉପଲବ୍ଧ ହେବ । ସକାଳ ଜଳଖିଆରେ ପ୍ରାୟତଃ ବ୍ୟବହୃତ ହେଉଥିବା ୨୦୦ ଗ୍ରାମ କିଷାନ ଜାମ୍ ମଧ୍ୟ ଶସ୍ତା ହୋଇଛି । ଏହାର ମୂଲ୍ୟ ୯୦ ଟଙ୍କାରୁ ୮୦ ଟଙ୍କା କରାଯାଇଛି । ଏହାଛଡ଼ା ପ୍ରତ୍ୟେକ ଘରେ ବ୍ୟବହୃତ ହେଉଥିବା ଲାଇଫବୟ ସାବୁନ (୭୫ ଗ୍ରାମ × ୪ ପ୍ୟାକ) ମଧ୍ୟ ଏବେ ୬୮ ଟଙ୍କା ବଦଳରେ ୬୦ ଟଙ୍କାରେ ମିଳିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe