କନକ ବ୍ୟୁରୋ : ଆସନ୍ତା ୬ ତାରିଖରେ ଡବଲ ଡେକର ବସ୍ ହେବ ଲୋକାର୍ପଣ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ । ରାସ୍ତା କାମ, ସଫେଇ ଓ ସାଜସଜ୍ଜା କାମ ନେଇଥିବା ଅଧିକାରୀ ଓ ଏହି ଦାୟିତ୍ବରେ ଥିବା ବିଭାଗୀୟ ସରକାରୀ ଅଧିକାରୀଙ୍କ ସହ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି । ତୁରନ୍ତ ହମ୍ପସ, ଖାଲ ସ୍ଥାନ, ଅସଜଡା ଜାଗା କୁ ସଜାଡ଼ିବା ଉପରେ ବିଭାଗୀୟ ଯନ୍ତ୍ରୀଙ୍କୁ ଦେଲେ ନିର୍ଦ୍ଦେଶ ।
ସହରକୁ ସଫା ସହିତ ଏୟାରପୋର୍ଟରୁ ପ୍ରଦର୍ଶନୀ ପଡିଆ ସମେତ ନନ୍ଦନକାନନ ଏବଂ ରାଜଧାନୀର କିଛି ଅଞ୍ଚଳ ବୁଲିଲେ ବିଭାଗୀୟ ମନ୍ତ୍ରୀ । ପ୍ରବାସୀ ଖାଇବେ ପାରମ୍ପରିକ ଓଡ଼ିଆ ଖାଦ୍ୟ । ଦେଶୀ ଖାଦ୍ୟର ମଜା ନେବେ ପ୍ରବାସୀ । ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା ସହ ହେବ ଫୁଡ୍ ଫେଷ୍ଟ ଭଳି ସିଟି ଆକ୍ତିଭେଶନ କାର୍ଯ୍ୟକ୍ରମ ହେବ । ନିଜର ପରିପାର୍ଶ୍ଵକୁ ସଫା କରିବା ଲାଗି ରାଜଧାନୀରେ ଥିବା କର୍ପୋରେଟ ସମେତ ବିଭିନ୍ନ ଅଫିସ ଓ ବ୍ୟବସାୟୀଙ୍କ ଅନୁରୋଧ କଲେ ନଗର ଉନ୍ନୟନ ମନ୍ତ୍ରୀ । ୫ଟି ଡବଲ ଡେକର ବସ ଆସି ପହଁଚିବା ପରେ ୬ରୁ ଚାଲିବ ବସ । ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର