ଅନୁଦାନ ଦେବାକୁ କୁନ୍ଥକୁନ୍ଥ କେନ୍ଦ୍ର, ଡବଲ ଇଞ୍ଜିନରେ ଓଡ଼ିଶାକୁ ଫାଇଦା କମ୍, ଘାଟା ଅଧିକ

Advertisment

ଡବଲ ଇଞ୍ଜିନ ସରକାରରେ ଓଡ଼ିଶା ହେବ ଏକ ନମ୍ବର ରାଜ୍ୟ। ଅନୁଦାନ ବଢିବ, ଦୁଇଗୁଣା ବେଗରେ ବଢିବ ବିକାଶର ଗତି। ନିର୍ବାଚନ ସମୟରେ ଏହା କେବଳ ବିଜେପିର ସ୍ଲୋଗାନ ନଥିଲା ବରଂ କେନ୍ଦ୍ରୀୟ ନେତୃତ୍ବ ବାରମ୍ବାର ଏହି କଥାକୁ ଦୋହରାଇଥିଲେ। ହେଲେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିବା ପରେ ଯେପରି ପୂର୍ବ ପ୍ରତିଶ୍ରୁତି ଭୁଲି ଯାଇଛି କେନ୍ଦ୍ର।

ଡବଲ ଇଞ୍ଜିନ ସରକାରରେ ଓଡ଼ିଶା ହେବ ଏକ ନମ୍ବର ରାଜ୍ୟ। ଅନୁଦାନ ବଢିବ, ଦୁଇଗୁଣା ବେଗରେ ବଢିବ ବିକାଶର ଗତି। ନିର୍ବାଚନ ସମୟରେ ଏହା କେବଳ ବିଜେପିର ସ୍ଲୋଗାନ ନଥିଲା ବରଂ କେନ୍ଦ୍ରୀୟ ନେତୃତ୍ବ ବାରମ୍ବାର ଏହି କଥାକୁ ଦୋହରାଇଥିଲେ। ହେଲେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିବା ପରେ ଯେପରି ପୂର୍ବ ପ୍ରତିଶ୍ରୁତି ଭୁଲି ଯାଇଛି କେନ୍ଦ୍ର।

16-Double Engine

କନକ ବ୍ୟୁରୋ: ଓଡ଼ିଶାରେ ବିଜେପି ସରକାର, କେନ୍ଦ୍ରରେ ବି କ୍ଷମତାରେ ବିଜେପି । ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ବିକାଶ ବହୁଗୁଣିତ ହେବ । ଏଭଳି ଆଶା ଓ ସ୍ବପ୍ନ ଦେଖାଇଥିଲା ବିଜେପି । ହେଲେ ରାଜ୍ୟରେ ଡବଲ ଇଞ୍ଜିନ ସରକାରକୁ ଆସିବା ପରେ ବିଭିନ୍ନ ଯୋଜନାରେ କେନ୍ଦ୍ରୀୟ ଅନୁଦାନ ଯେଉଁଭଳି ଭାବେ ହ୍ରାସ ପାଇଛି ତାହା ବିଜେପିର କଥା ଓ କାମ ମଧ୍ୟରେ ଫରକକୁ ପଦାରେ ପକାଇଛି । 

ଏହା ବି ପଢ଼ନ୍ତୁ: ରାଜ୍ୟସଭା ପ୍ରାର୍ଥୀକୁ ନେଇ କସରତ, ତିନି ଦଳରେ ଚାଲିଛି ମାନସମନ୍ଥନ

ଡବଲ ଇଞ୍ଜିନ ସରକାରରେ ଓଡ଼ିଶା ହେବ ଏକ ନମ୍ବର ରାଜ୍ୟ । ଅନୁଦାନ ବଢିବ, ଦୁଇଗୁଣା ବେଗରେ ବଢିବ ବିକାଶର ଗତି । ନିର୍ବାଚନ ସମୟରେ ଏହା କେବଳ ବିଜେପିର ସ୍ଲୋଗାନ ନଥିଲା ବରଂ କେନ୍ଦ୍ରୀୟ ନେତୃତ୍ବ ବାରମ୍ବାର ଏହି କଥାକୁ ଦୋହରାଇଥିଲେ । ହେଲେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିବା ପରେ ଯେପରି ପୂର୍ବ ପ୍ରତିଶ୍ରୁତି ଭୁଲି ଯାଇଛି କେନ୍ଦ୍ର । ଯାହାର ଲେଖାଯୋଖା ପ୍ରମାଣ ଅର୍ଥମନ୍ତ୍ରୀ ଭାବେ ବିଧାନସଭାରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୨୫-୨୬ ଆର୍ଥିକ ବର୍ଷରେ କେନ୍ଦ୍ର ଅନୁଦାନ ବାବଦକୁ ୪୧ ହଜାର ୫୯୧ କୋଟି ପାଇବାକୁ ଲକ୍ଷ୍ୟ ରଖିଥିଲା ରାଜ୍ୟ । ହେଲେ ଜାନୁଆରି ଶେଷ ସୁଦ୍ଧା କେନ୍ଦ୍ର ଉପରେ ୩୦ ହଜାର ୮୬୪ କୋଟି ଟଙ୍କା ବକେୟା ରହିଛି । ଡବଲ ଇଞ୍ଜିନ ସରକାର ଥାଇ ମଧ୍ୟ କେନ୍ଦ୍ରୀୟ ଅନୁଦାନ କାହିଁକି କମୁଛି? ବୋଲି ସାଧାରଣରେ ପ୍ରଶ୍ନ ଉଠୁଥିବା ବେଳେ ଜବାବ ରଖିଛି ବିଜେପି । 

କେବଳ ଚଳିତ ଆର୍ଥିକ ବର୍ଷ ନୁହେଁ ୨୦୨୪-୨୫ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଅନୁଦାନ ଯଥେଷ୍ଟ ହ୍ରାସ ପାଇଛି । କେବଳ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ ଗତ ୨୦୨୪-୨୫ରେ ୧୪ ହଜାର ୧୦୦ କୋଟି କମ୍‌ ପାଇଛି ଓଡ଼ିଶା । ସେହିଭଳି ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ସୁଦ୍ଧା ୨୯ ହଜାର ୧୦୧ କୋଟି ବଦଳରେ ରାଜ୍ୟ ପାଇଛି ମାତ୍ର ୪ ହଜାର ୬୭୬ କୋଟି । ବିରୋଧୀ ବିଜେଡି ପୂର୍ବ ଅଭିଯୋଗକୁ ଦୋହରାଇ କହିଛି, ସେବେ ବି କେନ୍ଦ୍ର ଅନୁଦାନ କମୁଥିଲା, ଏବେ ଆହୁରି କମୁଛି । ବିଜେଡି ସହ ସ୍ବର ମିଳାଇ ସମାନ ଅଭିଯୋଗ କରିଛି କଂଗ୍ରେସ । 

କେନ୍ଦ୍ରରେ ବିଜେପି ସରକାର ଗଠନ ପଛରେ ଓଡ଼ିଶାର ବଡ ଭୂମିକା ରହିଛି । ହେଲେ କେନ୍ଦ୍ରୀୟ ଅନୁଦାନ କମୁଥିବା ବେଳେ କାହିଁକି ଚୁପ୍ ଓଡ଼ିଶାର ବିଜେପି ସାଂସଦ? ରାଜ୍ୟର ହକ୍ ପାଇଁ ସଂସଦରେ ଏକ ସ୍ବର ହେବେ କି ୩ ଦଳର ସାଂସଦ ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe