କନକ ବ୍ୟୁରୋ: ଆଜି ଭୁବନେଶ୍ୱରରେ ପହଞ୍ଚିବ ଇଲେକ୍ଟ୍ରିକ ଡବଲ ଡେକର ବସ୍ । ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । ଆଜି ଦୁଇଟି ଗାଡ଼ି ପହଞ୍ଚିବ । ପରେ ଆଉ ୩ଟି ବସ୍ ମୁମ୍ବାଇରୁ ଆସିବ। ପ୍ରଥମେ ପ୍ରବାସୀ ଭାରତୀୟଙ୍କ ବ୍ୟବହାର ନିମନ୍ତେ ଏହାର ଉପଯୋଗ କରାଯିବ । ପରେ ସାଧାରଣ ଲୋକଙ୍କ ପାଇଁ ବ୍ୟବହାର ଲାଗି ଏହା ଚାଲିବ । ଆସନ୍ତା ୮ରୁ ୧୦ତାରିଖ ପର୍ୟ୍ୟନ୍ତ ୩ଦିନ ଧରି ଭୁବନେଶ୍ୱରର ଜନତା ମଇଦାନରେ ‘ପ୍ରବାସୀ ଭାରତୀୟ ଦିବସ’ ସମାରୋହ ପାଳିତ ହେବ । ଏହି ସମୟରେ ପ୍ରବାସୀ ଭାରତୀୟଙ୍କ ଉଦ୍ଦେଶ୍ୟରେ ଏହାକୁ ପ୍ରଥମେ ବ୍ୟବହାର କରାଯିବ । ତାହା ପୂର୍ବରୁ ରାଜଧାନୀର ରାଜରାସ୍ତାରେ ଟ୍ରାଏଲ ରନ୍ କରିବ ଡବଲ ଡେକର୍ ବସ୍ । ପରେ ସାଧାରଣ ଲୋକଙ୍କ ପାଇଁ ଏହା ବ୍ୟବହୃତ ହେବ ।
ଓଡିଶା ଆସୁଛି ଡବଲ ଡେକର ବସ୍ ; ଭୁବନେଶ୍ବରରୁ ପୁରୀକୁ ଦେବ ସେବା
ଓଡ଼ିଶା ଆସୁଛି ଡବଲ ଡେକର ବସ୍। ମୁମ୍ବାଇରୁ ବାହାରିଥିବା ବସ୍ ଆଜି ଭୁବନେଶ୍ବର ଗାଡ଼କଣ ଡିପୋରେ ପହଞ୍ଚିବ । ପ୍ରଥମ ପର୍ୟ୍ୟାୟରେ ଆସୁଛି ଦୁଇଟି ବସ୍ । ରାଜଧାନୀରୁ ପୁରୀକୁ ଯୋଗାଇବ ସେବା ।
/kanak/media/media_files/2025/01/02/q98bStTxOY2Ei7hj6lMF.jpg)