କନକ ବ୍ୟୁରୋ: ସୁଭଦ୍ରା ଯୋଜନରୁ ବଞ୍ଚିତ ହିତାଧିକାରୀଙ୍କୁ ଖୋଜିବାକୁ ହେବ ଡୋର ଟୁ ଡୋର ସର୍ଭେ । ମାର୍ଚ୍ଚ ୩୧ ତାରିଖରେ ଆବେଦନ ପ୍ରକ୍ରିୟାକୁ ବନ୍ଦ କରି ସର୍ଭେ କରିବେ ସରକାର । ଡୋର ଟୁ ଡୋର ଯାଇ ୱାନ ଟୁ ୱାନ ସର୍ଭେ କରିବେ ଅଧିକାରୀ । ଫିଲଡ଼ ଭେରିଫିକେସନ ପରେ ଯାହା ରହିଯିବ ରକ୍ଷା ବନ୍ଧନରେ ଏକସଙ୍ଗେ ୩ଟି କିସ୍ତି ମିଳିବ । ମାର୍ଚ୍ଚ ୩୧ ତାରିଖ ଆବେଦନର ଶେଷ ତାରିଖ । ସର୍ଭେ ସରିବା ଯାଏଁ ଆବେଦନ ପ୍ରକ୍ରିୟାକୁ ବନ୍ଦ କରାଯିବ । ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନେ, ଏକାଥରେ ସେମାନେ ସୁଭଦ୍ରାର ତିନୋଟି କିସ୍ତି ପାଇବେ । ଏବେ ସୁଦ୍ଧା ସୁଭଦ୍ରାରେ ୧ କୋଟି ୮ଲକ୍ଷ ମହିଳା ଆବେଦନ କରିଛନ୍ତି । ସେଥିରୁ ୫ଟି ପର୍ୟ୍ୟାୟରେ ପ୍ରାୟ କୋଟିଏ ୨୦ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦିଆଯିବ । ଆସନ୍ତାକାଲି ୧ କୋଟି ପାର କରିବ ସୁଭଦ୍ରା ହିତାଧିକାରୀ ସଂଖ୍ୟା ।
ଏକାଥରେ ମିଳିବ ସୁଭଦ୍ରାର ୩ କିସ୍ତି ଟଙ୍କା : ଆବେଦନ କଲେଣି ୧ କୋଟି ୮ଲକ୍ଷ ମହିଳା
ସୁଭଦ୍ରା ସୁଭଦ୍ରାରୁ ବଞ୍ଚିତ ହିତାଧିକାରୀ ଖୋଜିବାକୁ ହେବ ଡୋର ଟୁ ଡୋର କ୍ୟାମ୍ପେନ୍ । ଫିଲ୍ଡ ଭେରିଫିକେସନ୍ ପରେ ରାକ୍ଷୀ ପୂର୍ଣ୍ଣିମାରେ ଏକାବେଳେ ମିଳିବ ତିନିଟି କିସ୍ତି । ବର୍ତ୍ତମାନ ସୁଦ୍ଧା ଆବେଦନ କଲେଣି ୧ କୋଟି ୮ଲକ୍ଷ ମହିଳା।
/kanak/media/media_files/2025/03/05/AHSdXIQw6XsYCiCNGvi4.jpg)