କନକ ବ୍ୟୁରୋ: ଘର ପାଇଁ କି ନିଜ ପାଇଁ କିଛି କିଣିବାକୁ ଯୋଜନା କରୁଛନ୍ତି କି ? ଘରକରଣା ଜିନିଷ ହେଉ କି ଫ୍ୟାସନ ଆଇଟମ୍, ସବୁ କିଛି ଅତି ଶସ୍ତାରେ ମିଳିବ । କାରଣ ପ୍ଲିପ୍କାର୍ଡ, ଆମାଜନ୍, ମିଣ୍ଟ୍ରା ଭଳି ୱେବ୍ସାଇଟ୍ରେ ଆରମ୍ଭ ହେବାକୁ ଯାଉଛି ବଡ଼ ସେଲ୍ । ସାଧାରଣତଃ ପାର୍ବଣ ଅବସରରେ ଏହି ସବୁ ସେଲ୍ ଆରମ୍ଭ ହୋଇଥାଏ । କିନ୍ତୁ ଅଧିକାଂଶ ଲୋକ ଏଭଳି ସେଲ୍ ବିଷୟରେ ଅବଗତ ହୋଇପାରନ୍ତି ନାହିଁ । ଯାହାଫଳରେ ଠିକ୍ ସମୟରେ ଏହି ସବୁ ୱେବ୍ସାଇଟ୍ରୁ ଫାଇଦା ଉଠାଇବାରୁ ବଞ୍ଚିତ ହୁଅନ୍ତି । କେଉଁ ୱେବ୍ସାଇଟ୍ରେ କେବେ ସେଲ୍ ରହିଛି ଓ କେଉଁଠୁ କଣ କିଣିବେ ତାହା ନିମ୍ନରେ ବିସ୍ତୃତ ସୂଚନା ଦିଆଯାଇଛି । ଯାହାଫଳରେ ଏହି ସିଜିନ୍ରେ କୌଣସି ୟୁଜର କୌଣସି ସେଲ୍ ହାତଛଡ଼ା କରିବେ ନାହିଁ ।
ଆମାଜନରେ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍
ସେଲ୍ କଥା ଉଠିଲେ ପ୍ରଥମେ ଆମାଜନ ୱେବ୍ସାଇଟ୍ ସର୍ବଶୀର୍ଷରେ ରହିଛି । କାରଣ ପାର୍ବଣ ସମୟ ସହ ଅନ୍ୟାନ୍ୟ ସମୟରେ ବି ଏଥିଲେ ସେଲ୍ ଚାଲିଥାଏ । କିନ୍ତୁ ଏହାକୁ ନେଇ ଅଧିକାଂଶ ୟୁଜର୍ସ ସୂଚନା ପାଇପାରନ୍ତି ନାହିଁ । ଏହି ୱେବ୍ସାଇଟ୍ରେ ପାର୍ବଣ ସମୟରେ ଯେଉଁ ସେଲ୍ ହୁଏ ତାହା ହେଉଛି ଆମାଜନ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ । ଏଥର ସେପ୍ଟେମ୍ବର ୨୩ ତାରିଖରୁ ସେଲ୍ ଆରମ୍ଭ ହେବ। ବିଶେଷ କରି ଘରକରଣା ସାମଗ୍ରୀ ବା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଶସ୍ତାରେ ପାଇପାରିବେ ଲୋକେ ।
ଫ୍ଲିପ୍କାର୍ଟ ବିଗ୍ ବିଲିୟନ ଡେ'
ଏହା ହେଉଛି ଫ୍ଲିପ୍କାର୍ଟର ଆନୁଆଲ୍ ସେଲ୍ ବା ବାର୍ଷିକ ସେଲ୍ । ପ୍ରତି ବର୍ଷ ଦଶହରା ପୂର୍ବରୁ ଏହି ସେଲ୍ ୭ରୁ ୧୦ ଦିନ ଯାଏଁ ଚାଲିଥାଏ । ଏଥିରେ ମଧ୍ୟ ଆମାଜନ ଭଳି ସବୁ ସାମଗ୍ରୀ ଶସ୍ତାରେ ମିଳିଥାଏ । ଗ୍ରାହକମାନେ ଚାହିଲେ ଟିଭି, ଫ୍ରିଜ୍, ୱାସିଂମେସିନ୍ ଆଦି ଅତି ଶସ୍ତା ରେଟ୍ରେ ପାଇପାରିବେ ଲୋକେ । ଏହାକୁ ନେଇ ବହୁତ ଆଗରୁ ଟିଜର ରିଲିଜ୍ କରିଥିଲା ଫ୍ଲିପ୍କାର୍ଟ । ଏଥର ଫ୍ଲିପ୍କାର୍ଟରେ ବି ସେପ୍ଟେମ୍ବର ୨୩ ତାରିଖରେ ଏହି ବଡ଼ ସେଲ୍ ଆରମ୍ଭ ହେବାକୁ ଯାଉଛି । କିଛି କିଣିବାକୁ ଚାହୁଥିଲେ ଏହି ଚାନ୍ସ ମିସ୍ କରନ୍ତୁ ନାହିଁ ।
ମିଣ୍ଟ୍ରା ବିଗ୍ ଫ୍ୟାସନ୍ ସେଲ୍
କିଛି ନୂଆ ଡିଜାଇନ୍ର ଡ୍ରେସ୍ କିମ୍ବା କୌଣସି ଫ୍ୟାସନ୍ ଆଇଟମ କିଣିବାକୁ ପ୍ଲାନ୍ କରୁଥିଲେ ମିଣ୍ଟ୍ରାର ବିଗ୍ ଫ୍ୟାସନ୍ ସେଲ୍ ମିସ୍ କରନ୍ତୁ ନାହିଁ । ପାର୍ବଣ ପୂର୍ବରୁ ଏଥର ସେପ୍ଟେମ୍ବର ୨୦ ତାରିଖରୁ ଏହି ଅଫର୍ ସେଲ୍ ଆରମ୍ଭ ହୋଇଯିବ । ସମସ୍ତ ପ୍ରକାର ଫ୍ୟାସନ୍ ଆଇଟମ୍ ମିଣ୍ଟ୍ରାରେ ପାଇଯିବେ ଗ୍ରାହକ । ତେଣୁ ମିଣ୍ଟ୍ରାର ଏହି ସେଲ୍କୁ ହାତଛଡ଼ା କରନ୍ତୁ ନାହିଁ ।
ମିସୋ ମେଗା ବ୍ଲକବଷ୍ଟର ସେଲ୍
କୌଣସି ଘର ସାଜସଜା ସାମଗ୍ରୀ କିଣିବାକୁ ଚାହୁଥିଲେ ମିସୋ ମେଗା ବ୍ଲଗବଷ୍ଟର ସେଲ୍କୁ ଅପେକ୍ଷା କରିପାରିବେ ୟୁଜର୍ସ । ମିସୋର ଅନ୍ୟାନ୍ୟ ସାମଗ୍ରୀର ରିଭ୍ୟୁ ଏତେଟା ଭଲ ନଥିଲେ ସୁଦ୍ଧା ଘର ସାଜସଜା ସାମଗ୍ରୀ ଅତି ଶସ୍ତା ରେଟ୍ରେ ପାଇପାରିବେ ଲୋକେ । ସୁନ୍ଦର ସୁନ୍ଦର ସାମଗ୍ରୀ ବାହାରୁ କିଣିଲେ ଗ୍ରାହକଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିପାରେ । ମିସୋରେ ମେଗା ବ୍ଲଷ୍ଟର ସେଲ୍ ଏଥର ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି । କୌଣସି ସାମଗ୍ରୀ କିଣିବାକୁ ଚାହୁଥିଲେ ଏହି ସବୁ ସେଲ୍ ଗୁଡ଼ିକୁ ଅପେକ୍ଷା କରିପାରିବେ ଲୋକେ । ଯେଉଁଠି ଅତି ଶସ୍ତାରେ ଭଲ ବ୍ରାଣ୍ଡେଡ୍ ଜିନିଷ ପାଇପାରିବେ ଲୋକେ । ତେଣୁ ଦଶହରା ପୂର୍ବରୁ ସୁଯୋଗ ହାତଛଡ଼ା କରନ୍ତୁ ନାହିଁ ।