କନକ ବ୍ୟୁରୋ : ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବହୁତ ପବିତ୍ର ଏବଂ ଶୁଭ ମନାଯାଏ । ବିଶ୍ୱାସ ରହିଛି ଯେ ଯେଉଁ ଘରେ ତୁଳସୀ ପୂଜା କରାଯାଏ, ସେଠାରେ ସର୍ବଦା ମା’ ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କ କୃପା ମଧ୍ୟ ରହିଥାଏ । ଘରେ ବା ଘର ଅଗଣାରେ ତୁଳସୀ ଗଛ ରଖିଲେ ନକାରାତ୍ମକ ଶକ୍ତି ଦୂରେଇଯଆଏ ବୋଲି ବିଶ୍ୱାସ ରହିଛି । ଏହା କେବଳ ଧାର୍ମିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ  ବରଂ ସ୍ୱାସ୍ଥ୍ୟ ଏବଂ ପରିବେଶ ପାଇଁ ମଧ୍ୟ ବେଶ୍ ଲାଭ ଦାୟକ । କିନ୍ତୁ ଆମେ ତୁଳସୀ ସମ୍ବନ୍ଧୀୟ ଏମିତି କିଛି ଛୋଟ ଭୁଲ କରନ୍ତି ଯେଉଁଥିପାଇଁ ଏହା ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ । ଏପରି କିଛି ଜିନିଷ ବିଷୟରେ ଜାଣନ୍ତୁ, ଯାହାକୁ ତୁଳସୀ ଗଛ ନିକଟରେ ରଖିବା ଉଚିତ ନୁହେଁ ।

Advertisment

ତୁଳସୀ ପାଖରେ ଶିବଲିଙ୍ଗ ରଖନ୍ତୁ ନାହିଁ 

ଶାସ୍ତ୍ର ଅନୁସାରେ ତୁଳସୀ ତାଙ୍କ ପୂର୍ବ ଜଳନ୍ଧର ନାମକ ରାକ୍ଷସର ସ୍ତ୍ରୀ ଥିଲେ । ଜଳନ୍ଧରକୁ ଭଗବାନ ଶିବ ନିପାତ କରିଥିଲେ । ଏହି କାରଣରୁ ଶିବଙ୍କ ପାଖରେ ତୁଳସୀ ରଖିବା ନିଷେଧ ବୋଲି ବିବେଚନା କରାଯାଏ । ଏହି କାରଣରୁ ଶିବଙ୍କ ପାଖରେ ତୁଳସୀ ଲାଗି କରାଯାଏନି । ତେଣୁ ଶିବଲିଙ୍ଗ ପାଖରେ ତୁଳସୀ ରଖିବା ଅନୁଚିତ୍‌ । 

ତୁଳସୀ ଗଛ ପାଖରେ ଝାଡ଼ୁ ରଖିବା ଅନୁଚିତ

ସକାଳୁ ଉଠି ନିତ୍ୟକର୍ମ ପରେ ଆମେ ତୁଳସୀ ଗଛ ପୂଜା କରିଥାଉ । ଏଠାରେ ଝାଡ଼ୁ କିମ୍ବା ଅଳିଆ ସଫା ସମ୍ବନ୍ଧୀୟ ବସ୍ତୁ ରଖିବା ଅନୁଚିତ୍‌ । ଏପରି କଲେ ତୁଳସୀ ଗଛର ଶକ୍ତି ହ୍ରାସ ପାଏ ଏବଂ ଘରେ ନକରାତ୍ମକ ଶକ୍ତି ପ୍ରବେଶ କରେ । 

ଜୋତା ଏବଂ ଚପଲଠାରୁ ଦୂରରେ ରଖନ୍ତୁ ତୁଳସୀ

ତୁଳସୀଙ୍କୁ ଆମେ ମାଆ ଲକ୍ଷ୍ମୀ ରୂପରେ ପୂଜା କରିଥାଉ । ଯଦି ତୁଳସୀ ଗଛ ପାଖରେ ଜୋତା କିମ୍ବା ଚପଲ ରଖାଯାଏ ମାତା ଲକ୍ଷ୍ମୀ କ୍ରୋଧିତ ହୋଇଯାଆନ୍ତି । ଯାହାଦ୍ୱାରା ଘରର ଆର୍ଥିକ ପରିସ୍ଥିତି ଉପରେ ପ୍ରଭାବ ପଡ଼େ । 

କଣ୍ଟା ଗଛ ପାଖରେ ତୁଳସୀ ରଖିବା ମନା

ବାସ୍ତୁଶାସ୍ତ୍ର ଅନୁଯାୟୀ କଣ୍ଟା ଥିବା ଗଛ , ଯେପରିକି କାକଟସ୍‌ , ଗୋଲାପ ଏବଂ ଲେମ୍ବୁ ଆଦି ଗଛ ପାଖରେ ତୁଳସୀ ଗଛକୁ ରଖିବା ଅନୁଚିତ୍ । କାରଣ ଏପରି କଲେ ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ । ତେଣୁ ଯଥା ସମ୍ବବ କଣ୍ଟା ଥିବା ଗଛଠାରୁ ତୁଳସୀକୁ ଦୂରରେ ରଖନ୍ତୁ । 

ତୁଳସୀଠୁ ଦୂରେଇ ରଖନ୍ତୁ ଆବର୍ଜନା ବାକ୍ସ

ବେଳେବେଳେ ସ୍ଥାନ ଅଭାବରେ ଆମେ ଘର ବାହାରେ ଡଷ୍ଟବିନ୍ ରଖିଥାଉ । କିନ୍ତୁ ଏହା ଧ୍ୟାନ ଦେବା ଉଚିତ୍‌ ଯେ ତୁଳସୀ ଗଛର ଆଖପାଖରେ ଯେପରି ଆବର୍ଜନା ବାକ୍ସ ନରହୁ । ଏହା ଦ୍ୱାରା ଆର୍ଥିକ ସଙ୍କଟ ମାଡ଼ିଆସେ । ତୁଳସୀରେ ସର୍ବାଦା ମାତା ଲଷ୍ମୀ ବାସ କରିଥାଆନ୍ତି , ତେଣୁ ତାଙ୍କୁ ସଫାସୁତୁରା ବହୁତ ପସନ୍ଦ । 

ତେବେ ବେଳେବେଳେ ଆମେ ଜଣାତରେ ହେଉ ବା ଅଜଣାତରେ ଏମିତି କିଛି ଭୁଲ୍‌ କରିଥାଉ । କିନ୍ତୁ ଶାସ୍ତ୍ର ବା ବାସ୍ତୁଶାସ୍ତ୍ର ଅନୁଯାୟୀ ତୁଳସୀ ଗଛ ଚତୁଃପାର୍ଶ୍ୱରେ ସଦା ସର୍ବଦା ସଫାସୁତୁରା ରଖିବା ଆବଶ୍ୟକ । ଯାହା ଦ୍ୱାରା ଘରେ ସୁଖଶାନ୍ତି ବଜାୟ ରହିବା ସହ ସକରାତ୍ମକ ପ୍ରଭାବ ରହିବ ।