ସାଧାରଣ ପେଟ ରୋଗକୁ କରନ୍ତୁ ନାହିଁ ଅଣଦେଖା : ନଚେତ୍ ହୋଇପାରେ ଘାତକ

Advertisment

ଅଜୀର୍ଣ୍ଣ, ପେଟଫମ୍ପା, କୋଷ୍ଠକାଠିନ୍ୟ, ତରଳ ଝାଡ଼ା, ଉଦରୀୟ ଅଶ୍ବସ୍ତି ଏବଂ ମାତ୍ରାଧିକ ଗ୍ୟାସ୍‌ ଭଳି ଉଦର ସମସ୍ୟାକୁ ସାଧାରଣତଃ ଉପେକ୍ଷା କରାଯାଇଥାଏ । ଫଳତଃ, ପେଟରେ କର୍କଟରୋଗ ହୋଇ ଶେଷ ପର୍ଯ୍ୟାୟରେ ପହଞ୍ଚିଲା ବେଳକୁ ଧରାପଡ଼େ ।

ଅଜୀର୍ଣ୍ଣ, ପେଟଫମ୍ପା, କୋଷ୍ଠକାଠିନ୍ୟ, ତରଳ ଝାଡ଼ା, ଉଦରୀୟ ଅଶ୍ବସ୍ତି ଏବଂ ମାତ୍ରାଧିକ ଗ୍ୟାସ୍‌ ଭଳି ଉଦର ସମସ୍ୟାକୁ ସାଧାରଣତଃ ଉପେକ୍ଷା କରାଯାଇଥାଏ । ଫଳତଃ, ପେଟରେ କର୍କଟରୋଗ ହୋଇ ଶେଷ ପର୍ଯ୍ୟାୟରେ ପହଞ୍ଚିଲା ବେଳକୁ ଧରାପଡ଼େ ।

STOMAC

Photograph: (KANAKNEWS)

କନକବ୍ୟୁରୋ : ଅଜୀର୍ଣ୍ଣ, ପେଟଫମ୍ପା, କୋଷ୍ଠକାଠିନ୍ୟ, ତରଳ ଝାଡ଼ା, ଉଦରୀୟ ଅଶ୍ବସ୍ତି ଏବଂ ମାତ୍ରାଧିକ ଗ୍ୟାସ୍‌ ଭଳି ଉଦର ସମସ୍ୟାକୁ ସାଧାରଣତଃ ଉପେକ୍ଷା କରାଯାଇଥାଏ । ଫଳତଃ, ପେଟରେ କର୍କଟରୋଗ ହୋଇ ଶେଷ ପର୍ଯ୍ୟାୟରେ ପହଞ୍ଚିଲା ବେଳକୁ ଧରାପଡ଼େ । ତେଣୁ, ପ୍ରାରମ୍ଭରୁ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ଆନ୍ତ୍ରିକ କର୍କଟ ରୋଗର ମୂଳ କାରଣ ହେଉଛି ଦୀର୍ଘକାଳୀନ ଅନ୍ତ୍ର ସଂକ୍ରମଣ । ଏଥିଯୋଗୁଁ ଅନ୍ତ୍ରନଳୀ ଭିତର ପାର୍ଶ୍ବ ଥରକୁ ଥର କ୍ଷତାକ୍ତ ହେବା ସହିତ ମରାମତି ହେଉଥାଏ। ଏହାଦ୍ବାରା ସେଠାରେ ଥିବା ଜୀବକୋଷ ସବୁ ଚାପଗ୍ରସ୍ତ ହୋଇଥାଆନ୍ତି। ପରିଶେଷରେ ଗୁଣସୂତ୍ରଗତ ରୂପାନ୍ତରଣ ଘଟି କର୍କଟରୋଗ ସୃଷ୍ଟି କରାନ୍ତି। ପ୍ରକୃତରେ ସବୁ ଖାଦ୍ୟ ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟକର ନୁହେଁ। ଶରୀର ପ୍ରତି ଖାଦ୍ୟ ଭଲ କି ମନ୍ଦ ତାହା ନିର୍ଭର କରେ ଅନ୍ତ୍ରରେ ଥିବା କୋଟି କୋଟି ଅଣୁଜୀବଙ୍କ ଉପରେ। ସେମାନେ ହିଁ ହଜମକ୍ରିୟା, ରୋଗପ୍ରତିରୋଧକ ଶକ୍ତି ଓ ସଂକ୍ରମଣ ବା ପ୍ରଦାହକୁ ନିୟନ୍ତ୍ରଣ କରନ୍ତି। ଆଭାକାଡୋ ଫଳକୁ ସମସ୍ତେ ସୁପର୍‌ଫୁଡ୍‌ କହନ୍ତି, 

ପୁଅ ସାହାଯ୍ୟ ପାଇଁ ଚିତ୍କାର କରୁଥିଲା, ଆଉ ମୁଁ ଥିଲି ଅସହାୟ: ଆଖି ଆଗରେ ବୁଡ଼ିଗଲା ମୋ ପୁଅ, କାନ୍ଦି କାନ୍ଦି କହିଲେ ବାପା

କିନ୍ତୁ ଆଭାକାଡୋ ଜୀର୍ଣ୍ଣ କରିବା ଲାଗି ଯଦି କାହା ଅନ୍ତ୍ରରେ ଉପଯୁକ୍ତ ଅଣୁଜୀବ ନ ଥିଲେ ତାହା ଅାନ୍ତ୍ରିକ ପ୍ରଦାହ ସୃଷ୍ଟି କରିବ । ତେଣୁ, ଅନ୍ତ୍ରନଳୀରେ ଅଣୁଜୀବଙ୍କ ଉପସ୍ଥିତିଗତ ତାରତମ୍ୟ ରହିଲେ ଖାଦ୍ୟ ଠିକ୍‌ ରୂପେ ବିଘଟିତ ହୁଏ ନାହିଁ। ଫଳସ୍ବରୂପ ଅନ୍ତ୍ରରେ ସଂକ୍ରମଣ ଘଟି ଛିଦ୍ର ହୋଇଯାଏ । ସେ ଛିଦ୍ର ମଧ୍ୟ ଦେଇ ପ୍ରଦାହକାରୀ ମଲିକ୍ୟୁଲ୍‌ ଓ ବିଷାକ୍ତ ପଦାର୍ଥ ବାହାରି ରକ୍ତସ୍ରୋତରେ ମିଶି ପ୍ରଦାହ ସୃଷ୍ଟି କରେ। କାଳକ୍ରମେ ଅନ୍ତ୍ର ପ୍ରଦାହ ପୁରାତନ ହୋଇ କଲୋରେକ୍ଟାଲ୍‌ କ୍ୟାନ୍‌ସର୍‌, ଗ୍ୟାଷ୍ଟ୍ରିକ୍‌ କ୍ୟାନ୍‌ସର୍‌, ପାନ୍‌କ୍ରିଏଟିକ୍‌ କ୍ୟାନ୍‌ସର୍‌ ଭଳି ରୋଗ ହୁଏ ।  ତେଣୁ, ଦୀର୍ଘ କାଳ ଅଜୀର୍ଣ୍ଣ, ଅମ୍ଳ ହାକୁଟି ଲାଗିରହିଲେ, ଖାଇବା ପରେ ପେଟ ଫାମ୍ପିଲେ, ଅସମୟରେ ଝାଡ଼ା ଲାଗିଲେ, ମଳରେ ରକ୍ତ ପଡ଼ିଲେ, ଅକାରଣରେ ଓଜନ ହ୍ରାସ ହେଲେ, କ୍ଳାନ୍ତ ଲାଗିଲେ ଅଥବା ରକ୍ତହୀନତା ଭଳି ଉପସର୍ଗର ନିଦାନ ନକରି ଉପେକ୍ଷା କଲେ ହୁଏତ କର୍କଟ ରୋଗ ହୋଇ ଅନେକ ବିଳମ୍ବରେ ଚିହ୍ନଟ ହେବ। ତେଣୁ, ହେଳା ନ କରି ଅଭିଜ୍ଞ ଡାକ୍ତରମାନଙ୍କ ଦ୍ବାରା ଉପରୋକ୍ତ ଉପସର୍ଗଗୁଡ଼ିକର କାରଣ ଚିହ୍ନଟ କରିବା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe