କନକ ବ୍ୟୁରୋ : ପ୍ରତ୍ୟକ ମଣିଷ କିଛି ନା କିଛି ନୀତି ନିୟମରେ ବନ୍ଧା ହୋଇଥାନ୍ତି । ଏହି ନୀତି ନିୟମକୁ ନେଇ ଏକ ଶୃଙ୍ଖଳିତ ଜୀବନ ହୋଇଥାଏ । କିଛି ନୀତି ନିୟମକୁ ଆମେ ନ ମାନିଲେ ଚଳିବ କିନ୍ତୁ ଆଉ କିଛି ନିୟମ ଆମେ ଯଦି ନ ମାନୁଛନ୍ତି ଆମକୁ ବହୁ କ୍ଷତି ସହିବାକୁ ପଡିଥାଏ । ଦାଣ୍ଡର ଭିକାରି ମଧ୍ୟ ହେବାକୁ ସମୟ ଲାଗିବନି। ବାସ୍ତୁ ଶାସ୍ତ୍ରରେ ଏମିତି ଅନେକ କାର୍ଯ୍ୟକୁ ବାରଣ କରାଯାଇଛି ଯାହା ଆପଣଙ୍କ ପାଇଁ ଜାଣିବା ବହୁତ ଗୁରୁତ୍ବପୂର୍ଣ୍ଣ। ଖାଲି ବାସ୍ତୁ ଶାସ୍ତ୍ର ନୁହେଁ ପୁରାଣରେ ମଧ୍ୟ ଏନେଇ ଲେଖା ଅଛି। ଶାସ୍ତ୍ର କହୁଛି…
ସୂର୍ଯ୍ୟାସ୍ତ ପରେ ଘରୁ ଏହି ୫ଟି ଜିନିଷ କାହାରିକୁ ଦିଅନ୍ତୁ ନାହିଁ । ନହେଲେ ସାତ ଜନ୍ମ ପର୍ଯ୍ୟନ୍ତ ଦୂର ହେବନି ଦାରିଦ୍ରତା । ଏହି ଛୋଟ ଛୋଟ ଭୁଲ୍ ଆପଣଙ୍କୁ କାଙ୍ଗାଳ କରିଦେବ। ସୂର୍ଯ୍ୟାସ୍ତ ପରେ କିଛି ଜିନିଷର ଦେବା ନେବାରୁ ବର୍ଜିତ ରହିବା ଉଚିତ୍। ଜ୍ୟୋତିଷଙ୍କ କହିବାନୁଯାୟୀ ସୂର୍ଯ୍ୟାସ୍ତ ପରେ କିଛି ମୁଖ୍ୟ ଜିନିଷ ଘରୁ କାହାରିକୁ ଦିଅନ୍ତୁନି କି କାହାଠାରୁ ଆଣନ୍ତୁ ନାହିଁ। ଏହା ଯଦି କରୁଛନ୍ତି ତେବେ ଘରେ ନକାରାତ୍ମକ ଶକ୍ତି ବଢିଥାଏ । ଯାହାଦ୍ବାରା ଆର୍ଥିକ ଅନଟନ ଲାଗିରହିଥାଏ। ଅର୍ଥର ଅଭାବ ରୁହେ, ଅଶାନ୍ତି ବଢିଥାଏ । ଆସନ୍ତୁ ଜାଣିବା କେଉଁ ୫ ଟି ଜିନିଷ ସୂର୍ଯ୍ୟାସ୍ତ ପରେ ଦେବା ଉଚିତ୍ ନୁହେଁ। ଆଉ ଯଦି ଦେଉଛନ୍ତି କି କି କ୍ଷତି ସହିବେ
୧. ବାସ୍ତୁ ବିଶେଷଜ୍ଞଙ୍କ କହିବାନୁଯାୟୀ ସୂର୍ଯ୍ୟାସ୍ତ ପରେ କ୍ଷୀର, ଦହି ନେବା ଆଣିବା ବର୍ଜନ କରିବା ଉଚିତ୍ । ଏହି ଜିନିଷ ଘରୁ ଦାନ କଲେ ସୁଖ ସମୃଦ୍ଧି ପଳାଇଥାଏ। ଅଶାନ୍ତି ବୃଦ୍ଧି ପାଇଥାଏ ।
୨. ସେହିପରି ଲୁଣ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଦାର୍ଥରେ ଯାଉଛି । ଯାହା ଶୁକ୍ର ଗ୍ରହ ସହ ଯଡିତ । କୁହାଯାଏ ଯେ, ସୂର୍ଯ୍ୟାସ୍ତ ପରେ ଲୁଣ କାହାକୁ ଉଧାର ଦିଅନ୍ତୁ ନାହିଁ, କି କାହାଠାରୁ ଆଣନ୍ତୁ ନାହିଁ । ଯଦି ଏପରି କରୁଛନ୍ତି ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଋଣ ବୃଦ୍ଧି ପାଇବ, ଟଙ୍କାର ଘୋର ଅଭାବ ଦେଖାଯିବ ।
୩; ଝାଡୁକୁ ମା ଲକ୍ଷ୍ମୀଙ୍କ ସମାନ ପୂଜନୀୟ ମନେ କରାଯାଇଥାଏ। ତେଣୁ ସନ୍ଧ୍ୟାରେ ଝାଡୁ ଲଗାଇବା ବହୁତ ବଡ କ୍ଷତି କୁ ଡାକିଥାଏ। ମନେରଖନ୍ତୁ ସୂର୍ଯ୍ୟାସ୍ତ ପୂର୍ବରୁ ଘର ଝାଡୁ କରିଦିଅନ୍ତୁ। ଜ୍ୟୋତିଷବିତ୍ଙ୍କ କହିବାନୁଯାୟୀ ଏହି ସମୟରେ କାହାକୁ ଝାଡୁ ବ୍ୟବହାର କରିବାକୁ ମଧ୍ୟ ଦିଅନ୍ତୁ ନାହିଁ।
୪. ସେହିପରି ସନ୍ଧ୍ୟା ସମୟରେ ସୋରିଷ ତେଲ ଲେନ୍ ଦେନରୁ ନିବୃତ୍ତ ରୁହନ୍ତୁ । ନହେଲେ ଦାରିଦ୍ରତା ଭୋଗିବାକୁ ପଡିବ । କାଙ୍ଗାଳ ହେବାକୁ ବେସି ସମୟ ଲାଗିବନି ବୋଲି କହୁଛି ଶାସ୍ତ୍ର ।
୫. ସନ୍ଧ୍ୟା ସମୟରେ ଟଙ୍କା ପଇସାର ଲେନ୍ ଦେନ ମଧ୍ୟ ନକରନ୍ତୁ । କୁହାଯାଏ ସନ୍ଧ୍ୟା ସମୟରେ ଟଙ୍କା ଧାର୍ ଦେଲେ ଲକ୍ଷ୍ମୀ କୋପ କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଶେଷକରି ବୁଧବାର ଏବଂ ଗୁରୁବାର ଦିନ ଟଙ୍କା ପଇସା ଧାର ଉଧାରୁ ନିବୃତ୍ତ ରୁହନ୍ତୁ ।