କନକ ବ୍ୟୁରୋ : ବାତ୍ୟା ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟ ରେ ଏକ ବାର୍ତ୍ତା ପଠାଇଛନ୍ତି । ବାତ୍ୟା ଆସୁଥିବା ଖବର ପାଇ ସେ ଚିନ୍ତିତ ଅଛନ୍ତି ଏବଂ କହିଛନ୍ତି ପୂର୍ବରୁ ଆମେ ସମସ୍ତେ ମିଳିମିଶି ସଫଳତା ସହ ଅନେକ ବାତ୍ୟା ର ମୁକାବିଲା କରିଛେ । ଆମର ଏକ ପ୍ରଭାବଶାଳୀ ବିପର୍ଯ୍ୟୟ ପରିଚାଳନା ନୀତି ଅଛି । ତେଣୁ  ଆପଣମାନଙ୍କୁ ମୋର ଅନୁରୋଧ ବାତ୍ୟା ପାଇଁ  ଆପଣ ମାନେ ଭୟଭୀତ  ହୁଅନ୍ତୁ ନାହିଁ । ସଜାଗ ରୁହନ୍ତୁ , ନିରାପଦ ରୁହନ୍ତୁ , ଜୀବନ ଅମୁଲ୍ୟ ତେଣୁ ବାତ୍ୟା ମୁକାବିଲା ରେ ପ୍ରଶାସନକୁ ପୁରା ସହଯୋଗ କରନ୍ତୁ । ସବୁ ନିର୍ବାଚିତ ପ୍ରତିନିଧି ମାନଙ୍କୁ ମୋର ଅନୁରୋଧ ଆପଣମାନେ ଏହି ବିପଦ ସମୟରେ ଲୋକଙ୍କ ସହ ରୁହନ୍ତୁ । ଲୋକଙ୍କୁ ସାହାଯ୍ୟ କରନ୍ତୁ ମୋର ଦୃଢ଼ ବିଶ୍ୱାସ ଆମେ ସମସ୍ତେ ଏକାଠି ପୂର୍ବ ପରି ବାତ୍ୟା ଦାନାର ସଫଳ ମୁକାବିଲା କରିପାରିବା ।