କନକ ବ୍ୟୁରୋ: ଭାରତ ପାଇଁ ହଠାତ୍‌ ବଦଳି ଯାଇଛି ଆମେରିକା । ପର୍ଯ୍ୟଟକଙ୍କ ପାଇଁ ଆଣିଛି ନୂଆ ମାର୍ଗଦର୍ଶିକା । ଓଡ଼ିଶା ସମେତ ୬ ରାଜ୍ୟରେ ଏକାକୀ ମହିଳା ନ ବୁଲିବାକୁ ଟ୍ରମ୍ପ ସରକାର କହିବା ପରେ ଆରମ୍ଭ ହୋଇଛି ବିବାଦ । ଶାନ୍ତିପ୍ରିୟ ଓଡ଼ିଶାକୁ ଟ୍ରମ୍ପ୍ ବଦନାମ କରୁଥିବା ଅଭିଯୋଗ ହୋଇଛି । ସେପଟେ ରାଜ୍ୟରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ବି ଉଠିଛି ବଡ଼ ପ୍ରଶ୍ନ...

Advertisment

ଓଡ଼ିଶା ସମେତ ୬ ରାଜ୍ୟରେ ନିଜ ନାଗରିକଙ୍କ ଲାଗି କଠୋର ମାର୍ଗଦର୍ଶିକା ଆଣିଛି ଟ୍ରମ୍ପ ସରକାର । ପର୍ଯ୍ୟଟନସ୍ଥଳୀରେ ବଢ଼ି ଚାଲିଛି ଦୁଷ୍କର୍ମ, ହିଂସା ଓ ଆତଙ୍କବାଦ କାର୍ଯ୍ୟକଳାପ । ତେଣୁ ନିଜ ନାଗରିକଙ୍କୁ ସତର୍କ କରାଇଛି ଆମେରିକା । ଖାସକରି ମହିଳାମାନେ ଏକୁଟିଆ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି । ଭାରତରେ ଦୁଷ୍କର୍ମ ଦ୍ରୁତ ଗତିରେ ବଢୁଛି । ପର୍ଯ୍ୟଟନସ୍ଥଳୀରେ ଯୌନ ନିର୍ଯାତନା ବୃଦ୍ଧି ପାଉଛି । ଯାହାକୁ ନେଇ ଓଡ଼ିଶାରେ ଝଡ଼ ଉଠିଛି । 

୨୦୨୪ ଓ ୨୫ର ସଂଖ୍ୟା ଯଦିଓ ସରକାର ଦେଇନାହାନ୍ତି । ହେଲେ ତାଲିକା ଲମ୍ବା ଥିବ ବୋଲି ଆଶା । ୨୦୨୨ ଓ ୨୩ରେ ୯୮୭୩ ଜଣ ଆମେରିକୀୟ ପର୍ଯ୍ୟଟକ ଓଡ଼ିଶା ବୁଲିବାକୁ ଆସିଛନ୍ତି । ଲମ୍ବା ସମୟ ଧରି ବିଦେଶୀ ପର୍ଯ୍ୟଟକ ତାଲିକାରେ ଆମେରିକାର ଯୋଗଦାନ ସବୁଠୁ ଅଧିକ । ତେଣେ ଓଡ଼ିଶାରେ ଅପରାଧ ତାଲିକା ବି ଛୋଟ ନୁହେଁ । ନିକଟରେ ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ରାଜ୍ୟର ମୁଣ୍ଡ ତଳକୁ କରିଛି । 

୨୦୨୪ରେ ଅପରାଧ :
ହତ୍ୟା         ୧୨୫୮
ଦୁଷ୍କର୍ମ        ୩୦୫୪
ଡକାୟତି        ୩୫୬
ଲୁଟ୍‌         ୨୫୮୨