କନକ ବ୍ୟୁରୋ :  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛନ୍ତି । ସେ ଏବେ ଶୁଳ୍କ ସମ୍ପର୍କିତ ଜାରି ଥିବା ପ୍ରସଙ୍ଗରେ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ସାମିଲ କରିଛନ୍ତି। ଆମେରିକା ବାହାରେ ନିର୍ମିତ ଚଳଚ୍ଚିତ୍ର ଉପରେ ଟ୍ରମ୍ପ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି । ଏହା ହଲିଉଡ୍‌ ଉପରେ ସିଧାସଳଖ ପ୍ରଭାବ ପକାଇପାରେ । ଟ୍ରମ୍ପ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି । ଏକ ପୋଷ୍ଟ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍‌ରେ ସେୟାର କରିଛନ୍ତି । 

Advertisment


ଟ୍ରମ୍ପଙ୍କ ୧୦୦ ପ୍ରତିଶତ ଶୁଳ୍କ ନିଷ୍ପତ୍ତିର ସିଧାସଳଖ ପ୍ରଭାବ ହଲିଉଡ୍‌ ଉପରେ ପଡ଼ିବ। ହଲିଉଡ୍‌ରେ ନିର୍ମିତ ଚଳଚ୍ଚିତ୍ରଗୁଡ଼ିକୁ ଏବେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ । ଟ୍ରମ୍ପ ବିଶ୍ୱାସ କରନ୍ତି ଯେ ବିଦେଶରେ ନିର୍ମିତ ଚଳଚ୍ଚିତ୍ର ଦ୍ୱାରା ଆମେରିକାର କ୍ଷତି ହେଉଛି। ସେପଟେ ବଲିଉଡ୍‌ରେ ଏନେଇ ବିରୋଧ ଆରମ୍ଭ ହେଲାଣି ।