ଭାରତ ଉପରେ ଶୁଳ୍କ ଲଗାଇବାକୁ ନେଇ ଡେନାଲ୍ଡ ଟ୍ରମ୍ପଙ୍କ ସଫେଇ: ଭାରତର ଅଧିକ ଶୁଳ୍କ ଯୋଗୁଁ ଆମେରିକା  କମ୍ପାନୀ କରିପାରୁନାହାନ୍ତି ବ୍ୟବସାୟ

ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଭାରତ-ଆମେରିକା ସମ୍ପର୍କ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ଦାବି କରିଛନ୍ତି ଭାରତ ଆମେରିକାକୁ ଅନେକ ସାମଗ୍ରୀ ବିକ୍ରି କରୁଛି ।

43

Photograph: (kanak news)

କନକ ବ୍ୟୁରୋ: ଏସସିଓ ସମ୍ମିଳନୀରେ ଋଷ,ଚୀନ ଓ ଭାରତର ରାଷ୍ଟ୍ରମୁଖ୍ୟ ଏକାଠି ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଭାରତ-ଆମେରିକା ସମ୍ପର୍କ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ଦାବି କରିଛନ୍ତି ଭାରତ ଆମେରିକାକୁ ଅନେକ ସାମଗ୍ରୀ ବିକ୍ରି କରୁଛି । କିନ୍ତୁ ଆମେରିକା ଭାରତକୁ ବହୁତ କମ୍ ସାମଗ୍ରୀ ଦେଉଛି । ଏହା ହେଉଛି ଏକ ଦଶକରୁ ଚାଲିଆସିଥିବା ଏକତରଫା ବିପଦ । ସେ ଅଭିଯୋଗ କରିଛନ୍ତି, ଭାରତ ଆମେରିକା ଉପରେ ଅଧିକ ଆମଦାନୀ ଶୁଳ୍କ ଲଗାଉଥିବାରୁ ଆମେରିକା କମ୍ପାନିଗୁଡିକ ପାଇଁ ଭାରତରେ ବ୍ୟବସାୟ କରିବା ଅସମ୍ଭବ ହୋଇପଡିଛି ।  ଭାରତ, ଋଷରୁ ତେଲ ଓ ଅନ୍ୟାନ୍ୟ ସାମଗ୍ରୀ ଆଣୁଥିବାରୁ ଏହାକୁ ନେଇ ବର୍ଷିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ ଦାବି କରିଛନ୍ତି, ଭାରତ ନିଜର ଶୁଳ୍କକୁ କମ କରିବାକୁ ପ୍ରସ୍ତାବ ଦେଇଛି । କିନ୍ତୁ ଏବେ ବହୁତ ବିଳମ୍ବ ହୋଇସାରିଛି । ଭାରତ ପୂର୍ବରୁ ଏଭଳି କରିବାର ଥିଲା । ଟ୍ରମ୍ପଙ୍କ ପୋଷ୍ଟ ଏଭଳି ସମୟରେ ଆସିଛି ଯେଉଁ ସମୟରେ ଆମେରିକା ୫୦ ପ୍ରତିଶତ ଶୁଳ୍କକୁ ନେଇ  ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe