ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି ; ୧ ଲକ୍ଷ ବିଦେଶୀଙ୍କ ଭିସା ରଦ୍ଦ

Advertisment

ଆମେରିକାର ବୈଦେଶିକ ବିଭାଗ ଅନୁଯାୟୀ, ସୀମା ସୁରକ୍ଷା ଏବଂ ସାଧାରଣ ସୁରକ୍ଷାକୁ ସୁଦୃଢ଼ କରିବା ଅଭିଯାନର ଅଂଶ ଭାବରେ ଏହା ଏପର୍ଯ୍ୟନ୍ତ ନିଆଯାଇଥିବା ସବୁଠାରୁ ବଡ଼ ପଦକ୍ଷେପ ।

ଆମେରିକାର ବୈଦେଶିକ ବିଭାଗ ଅନୁଯାୟୀ, ସୀମା ସୁରକ୍ଷା ଏବଂ ସାଧାରଣ ସୁରକ୍ଷାକୁ ସୁଦୃଢ଼ କରିବା ଅଭିଯାନର ଅଂଶ ଭାବରେ ଏହା ଏପର୍ଯ୍ୟନ୍ତ ନିଆଯାଇଥିବା ସବୁଠାରୁ ବଡ଼ ପଦକ୍ଷେପ ।

DonaldTrump

DonaldTrump Photograph: (Kanak News)

କନକ ବ୍ୟୁରୋ  : ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଗୋଟିଏ ବର୍ଷରୁ କମ୍ ସମୟ ମଧ୍ୟରେ ୧୦୦,୦୦୦ ରୁ ଅଧିକ ବିଦେଶୀ ନାଗରିକଙ୍କ ଭିସା ରଦ୍ଦ କରିଛି । ଏହି ଭିସା ଗତ ବର୍ଷ, ୨୦୨୫ ରେ ରଦ୍ଦ କରାଯାଇଥିଲା, ଯେଉଁଥିରେ ପ୍ରାୟ ୮,୦୦୦ ଛାତ୍ରଛାତ୍ରୀଙ୍କ ପରମିଟ୍ ମଧ୍ୟ ସାମିଲ ଥିଲା । ଆମେରିକାର ବୈଦେଶିକ ବିଭାଗ ଅନୁଯାୟୀ, ସୀମା ସୁରକ୍ଷା ଏବଂ ସାଧାରଣ ସୁରକ୍ଷାକୁ ସୁଦୃଢ଼ କରିବା ଅଭିଯାନର ଅଂଶ ଭାବରେ ଏହା ଏପର୍ଯ୍ୟନ୍ତ ନିଆଯାଇଥିବା ସବୁଠାରୁ ବଡ଼ ପଦକ୍ଷେପ । ଆମେରିକାର ବୈଦେଶିକ ବିଭାଗର ପ୍ରମୁଖ ଉପ ମୁଖପାତ୍ର ଟମି ପିଗଟ୍ ଏହାକୁ ଆମେରିକୀୟ ନାଗରିକମାନଙ୍କୁ ସୁରକ୍ଷା ଦେବା ଓ ଆମେରିକୀୟ ସାର୍ବଭୌମତ୍ୱକୁ ସଂରକ୍ଷଣ କରିବା ପାଇଁ ଟ୍ରମ୍ପ ପ୍ରଶାସନ ଦ୍ୱାରା ନିଆଯାଇଥିବା ଏକ ପଦକ୍ଷେପ ବୋଲି କହିଛନ୍ତି । ଟମି ପିଗଟ୍ କହିଛନ୍ତି, ଏହି କାର୍ଯ୍ୟାନୁଷ୍ଠାନ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ବହୁ କଠୋର ରହିଛି ।

ଗୋଟିଏ ବର୍ଷରୁ କମ୍ ସମୟ ମଧ୍ୟରେ, ବୈଦେଶିକ ବିଭାଗ ୧୦୦,୦୦୦ ରୁ ଅଧିକ ବିଦେଶୀ ନାଗରିକଙ୍କ ଭିସା ରଦ୍ଦ କରିଛି , ଯାହା ଏକ ନୂଆ ରେକର୍ଡ । ୨୦୨୪ ପରଠାରୁ ଭିସା ରଦ୍ଦ ୧୫୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ଆମେରିକାର ବୈଦେଶିକ ବିଭାଗ ଏକ ବିବୃତିରେ କହିଛି ଯେ, ଯେଉଁ ବିଦେଶୀ ନାଗରିକମାନଙ୍କର ଭିସା ରଦ୍ଦ କରାଯାଇଛି ସେମାନଙ୍କ ବିରୋଧରେ ଆକ୍ରମଣ, ଚୋରି ଓ ମଦ୍ୟପାନ କରି ଗାଡି ଚାଳନା ସମେତ ବିଭିନ୍ନ  ଅପରାଧ ରହିଛି ।  ଟ୍ରମ୍ପଙ୍କ ଦ୍ୱାରା ପ୍ରଚଳିତ ଏକ ନୂତନ ଯାଞ୍ଚ୍ ଏବଂ ତଦାରଖ ବ୍ୟବସ୍ଥା ଯୋଗୁ ଭିସା ରଦ୍ଦ ବୃଦ୍ଧି ପାଇଛି । ବିଦେଶ ବିଭାଗ ଦ୍ବାରା ଆରମ୍ଭ ହୋଇଥିବା କଣ୍ଟିନିଉସ୍ ଭେଟିଂ ସେଣ୍ଟର ନିଶ୍ଚିତ କରିଛି ଆମେରିକୀୟ ନାଗରିକଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ବ୍ୟକ୍ତିମାନଙ୍କ ଭିସା ତୁରନ୍ତ ପ୍ରତ୍ୟାହାର କରାଯାଉଛି ।

ଅଧିକ ପଢ଼ନ୍ତୁ--ଟ୍ରମ୍ପଙ୍କ ସୋସିଆଲ ମିଡିଆ ପୋଷ୍ଟ ନେଇ ହଲଚଲ ; ଇରାନ ଉପରେ କରିଦେବେ କି ଆକ୍ରମଣ ?

ପୂର୍ବରୁ କେବଳ ଭିସା ଆବେଦନ କିମ୍ବା ଆମେରିକାରେ ପ୍ରବେଶ ସମୟରେ ସ୍କ୍ରିନିଂ କରାଯାଉଥିଲା । ନୂତନ ବ୍ୟବସ୍ଥାରେ ସବୁବେଳେ  ବିଦେଶୀଙ୍କ ଉପରେ ନଜର ରଖାଯାଉଛି । ଅପରାଧ ମାମଲା ଆସିଲେ  ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଟମି ପିଗଟ୍ କହିଛନ୍ତି, ଏହି ନୀତି ସୁରକ୍ଷା ପ୍ରତି ଏକ ବ୍ୟାପକ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି । ଟ୍ରମ୍ପ ପ୍ରଶାସନ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ବିଦେଶୀ ନାଗରିକଙ୍କଠାରୁ ଦେଶକୁ ସୁରକ୍ଷା ଦେବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ନିର୍ଦ୍ଦିଷ୍ଟ ଭାବେ କୁହାଯାଇନାହିଁ  ଯେ, କେଉଁ ଦେଶଗୁଡ଼ିକର ସର୍ବାଧିକ ଭିସା ରଦ୍ଦ କରାଯାଇଛି । ସେଥିମଧ୍ୟରୁ କେତେ ପର୍ଯ୍ୟଟକ, ଛାତ୍ରଛାତ୍ରୀ କିମ୍ବା ଦୀର୍ଘକାଳୀନ ବାସିନ୍ଦା ଅନ୍ତର୍ଭୁକ୍ତ ତାହା ଜଣାପଡ଼ିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe