ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା : ସ୍ବତନ୍ତ୍ର ପକ୍କା ଘର କରି ଥଇଥାନ କରିବାକୁ ପ୍ରତିଶ୍ରୁତି

ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ  ଆମେରିକା ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା । ପାଲେଷ୍ଟାଇନବାସୀଙ୍କୁ ଇଜିପ୍ଟ, ଜୋର୍ଡାନରେ ଥଇଥାନ କରିବା ନିଷ୍ପତ୍ତିକୁ ଆମେରିକାର ଦୁଇ ସହଯୋଗୀ ରାଷ୍ଟ୍ରଙ୍କ ପ୍ରତ୍ୟାଖାନା  ।   ଦେଢବର୍ଷର ଯୁଦ୍ଧ ଯୋଗୁ ଅନେକ ପାଲେଷ୍ଟାଈନବାସୀଙ୍କ ଘର ନଷ୍ଟ ହୋଇଯାଇଛି । ଏବେ ଯୁଦ୍ଧ ବିରତି ଘୋଷଣା ହୋଇଥିଲେ ମଧ୍ୟ ଗାଜାବାସୀ ଖୋଲା ଆକାଶ ତଳେ ପଡିରହିଛନ୍ତି   

trump 14

trump 14 Photograph: (KanakNews )

କନକବ୍ୟୁରୋ : ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ  ଆମେରିକା ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା । ପାଲେଷ୍ଟାଇନବାସୀଙ୍କୁ ଇଜିପ୍ଟ, ଜୋର୍ଡାନରେ ଥଇଥାନ କରିବା ନିଷ୍ପତ୍ତିକୁ ଆମେରିକାର ଦୁଇ ସହଯୋଗୀ ରାଷ୍ଟ୍ରଙ୍କ ପ୍ରତ୍ୟାଖାନା  ।   ଦେଢବର୍ଷର ଯୁଦ୍ଧ ଯୋଗୁ ଅନେକ ପାଲେଷ୍ଟାଈନବାସୀଙ୍କ ଘର ନଷ୍ଟ ହୋଇଯାଇଛି । ଏବେ ଯୁଦ୍ଧ ବିରତି ଘୋଷଣା ହୋଇଥିଲେ ମଧ୍ୟ ଗାଜାବାସୀ ଖୋଲା ଆକାଶ ତଳେ ପଡିରହିଛନ୍ତି   ।    ଖାଇବାକୁ ଖାଦ୍ୟ ନଥିବା ବେଳେ ରହିବାକୁ ଘର ମଧ୍ୟ ନାହିଁ। ଯେଉଁମାନଙ୍କର ଘର ନାହିଁ ସେମାନଙ୍କୁ ସାମୟିକ ଅବା ସ୍ଥାୟୀ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଟ୍ରମ୍ପ    ।

ଯେଉଁମାନେ ଶାନ୍ତିରେ ରହିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଘର ନିର୍ମାଣ କରିବାକୁ କହିଥିଲେ ।  ଯାହାକୁ ବିରୋଧ କରିଛନ୍ତି ଇଜିପ୍ଟ ଓ ଜୋର୍ଡାନ ,  ସେପଟେ ଅନ୍ୟତ୍ର ସ୍ଥାନନ୍ତରକୁ ନେଇ ଭୟଭୀତ ଅଛନ୍ତି ପାଲେଷ୍ଟାଇନବାସୀ। ଗାଜା ଛାଡିବାର ଅର୍ଥ ହେଉଛି ସେମାନେ ପୁଣି ଥରେ ଆଉ ଏଠାକୁ ଫେରିପାରିବେ ନାହିଁ ବୋଲି ଆଶଙ୍କା କରୁଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe