କନକବ୍ୟୁରୋ : ଆଜିଠୁ ଚୀନ, କାନାଡ଼ା ଓ ମେସ୍କିକୋ ଉପରେ ଟାରିଫ ଲଗାଇଲା ଆମେରିକା । ଏନେଇ ହ୍ବାଇଟହାଉସ ପକ୍ଷରୁ ଔପଚାରିକ ଘୋଷଣା କରାଯାଇଛି । ନୂଆ କଟକଣା ଅନୁସାରେ ଚୀନ ଉପରେ ୧୦%, ମେସ୍କିକୋ ଓ କାନାଡା ଉପରେ ୨୫% ଲଗାଯାଇଛି । ଆମେରିକା ରାଷ୍ଟ୍ରପତି ହେବା ପରେ ଟାରିଫ ଲଗାଯିବା ନେଇ ଘୋଷଣା କରି ତିନୋଟି ଦେଶକୁ ଝଟକା ଦେଇିଲେ ଟ୍ରମ୍ପ । ଶପଥ ନେବା ସମୟରେ ଟ୍ରମ୍ପ କହିଥିଲେ ଚୀନ, କାନାଡ଼ା,ମେସ୍କିକୋରୁ ବେହିସାବ ମାଦକଦ୍ରବ ଆମେରିକାକୁ ଆସୁଛି ଓ ଏହା ଯୋଗୁଁ ହଜାର ସଂଖ୍ୟକ ଲୋକଙ୍କ ଜୀବନ ଯାଉଛି ।
ଏମାନଙ୍କ ସହ ଆମେରିକାର ବାଣିଜ୍ୟକ ସର୍ମ୍ପକରେ ବିଶେଷ କିଛି ଫାଇଦା ହେଉନି ତେଣୁ ଟାରିଫ ଲଗାବାକୁ ପଡୁଛି ସେପଟେ ସୁଦାନରେ ଚାଲିଥିବା ଗୃହଯୁଦ୍ଧ ଶେଷ ହେବାର ନାମ ନେଉନାହିଁ। ସେଠାରେ ଉନ୍ନତି ଆଣିବା ପରିବର୍ତ୍ତେ ଅବସ୍ଥା ଖରାପ ହେବାରେ ଲାଗିଛି ।
--
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/02/02/xtPFc9Wt9HOsLvBuj8Q2.jpg)