କନକ ବ୍ୟୁରୋ: ଆମେରିକା ନିର୍ବାଚନ ଜିତିଲେ ଡୋନାଲ୍ଡ ଟ୍ରମ୍ପ । ଭାରତୀୟ ବଂଶୋଦ୍ଭବ ତଥା ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କୁ ହରେଇ ଟ୍ରମ୍ପ ଆଉ ଥରେ ରାଷ୍ଟ୍ରପତି ହେବା ପକ୍କା ହେଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି । ତେବେ ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ହେଲେ ଏହାରି ଭିତରେ କିନ୍ତୁ ଆମେରିକାର ଲୋକପ୍ରିୟ ଗଣମାଧ୍ୟମ ଫକ୍ସ ନ୍ୟୁଜ୍ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ନେଇ ଘୋଷଣା କରିଛି ।
ରାଷ୍ଟ୍ରପତି ରେସରେ ଏବେ ପଛରେ ପଡିଛନ୍ତି କମଳା ହାରିସ୍ । ଇଲେକ୍ଟୋରାଲ କଲେଜର କାଉଣ୍ଟିଂ ଟ୍ରେଣ୍ଡରେ କମଳା ହାରିସ ହେବେ ୨୧୪ ସିଟରେ ରହିଯାଇଛନ୍ତି । ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ କିନ୍ତୁ କମଳାଙ୍କଠୁ ଆଗରେ ରହିଛନ୍ତି । ସୂଚନାଯୋଗ୍ୟ ଯେ, ୫୩୮ ଇଲେକ୍ଟୋରାଲ କଲେଜରୁ ବିଜୟ ପାଇଁ ୨୭୦ରେ ବିଜୟ ଆବଶ୍ୟକ ।