କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦିନ ପୁଣିଥିରେ ଦେଶ ହିତରେ ଟାରିଫ୍ ଲଗାଇବାକୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି କି, ଯେଉଁ ଦେଶ ଆମେରିକାର କ୍ଷତି ପହଂଚାଇବାକୁ ଚେଷ୍ଟା କରିବ ସେହି ଦେଶ ଉପରେ ଆମେରିକା ଟାରିଫ ଲଗାଇବ । ଚୀନ, ଆମେରିକା ଓ ବ୍ରାଜିଲର ନାମ ନେଇ ଟ୍ରମ୍ପ କହିଛନ୍ତି କି, ଏହି ୩ ଦେଶ ଆମେରିକା ଉପରେ ଅଧିକ ଟାରିଫ୍ ଲଗାଉଛନ୍ତି । 

Advertisment

ଫ୍ଲୋରିଡା ଠାରେ ରିପବ୍ଲିକାନ ପାର୍ଟିର କାର୍ଯ୍ୟକ୍ରମରେ ଯୋଗଦେଇ ଟ୍ରମ୍ପ କହିଛନ୍ତି କି, ଯେଉଁଦେଶମାନେ ଆମେରିକାର କ୍ଷତି କରିବାକୁ ଚାହୁଁଛନ୍ତି ବା ଚେଷ୍ଟା କରୁଛନ୍ତି ଆମେରିକା ସେମାନଙ୍କ ଉପରେ ଟାରିଫ୍ ଲଗାଇବ । ଟ୍ରମ୍ପ କହିଛନ୍ତି କି, ଯେଉଁମାନେ ସତରେ ଆମେରିକାର କ୍ଷତି ପହଂଚାଇବାକୁ ଚାହୁଁଛନ୍ତି ସେମାନଙ୍କ ଉପରେ ଆମେ ଟାରିଫ ଲଗାଇବାକୁ ଯାଉଛୁ । ଚୀନ ହେଉଛି ବିଶ୍ୱର ଏକ ବିଶାଳ ଟାରିଫ୍ ଉତ୍ପାଦକ । ଏହି ତାଲିକାରେ ଭାରତ, ବ୍ରାଜିଲ ଓ ଅନେକ ଦେଶ ରହିଛନ୍ତି । କିନ୍ତୁ ଆମେ ଏଭଳି କରିବାକୁ ଦେବୁନାହିଁ, କାରଣ ଆମେ ଆମେରିକାକୁ ପ୍ରଥମ ରଖିବାକୁ ଚାହୁଁଛୁ ।