କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ ପ୍ରମୁଖ କର ଓ ଖର୍ଚ୍ଚ ବିଲ୍ "ୱାନ୍ ବିଗ୍ ବ୍ୟୁଟିଫୁଲ' ବିଲ୍ ଉପରେ ହସ୍ତାକ୍ଷର କରିଛନ୍ତି । ଏବେ ଏହି ବିଲ୍ ଆଇନରେ ପରିଣତ ହୋଇଛି । ଏହି ଅବସରରେ ଟ୍ରମ୍ପ୍ କହିଛନ୍ତି କି, ଏହା ଦେଶ ପାଇଁ ଭଲ । 

Advertisment

ଏହି ଆଇନ ପାରିତ ହେବା ପରେ କୁହାଯାଉଛି କି, ଆମେରିକାରେ ମଧ୍ୟବିତ୍ତଙ୍କ ଉପରେ କର ବୋଝ କମ ହେବ । ଏହାସହ ଏହି ବିଲ୍ ପାରିତ ହେବା ପରେ ଟ୍ରମ୍ପଙ୍କ ପ୍ରମୁଖ ନୀତିକୁ ଆଇନଗତ ଶକ୍ତି ମିଳିବ । ଯେଉଁଥିରେ ରହିଛି ମାସ ଡିପୋଟେସନ (ବହୁ ସଂଖ୍ୟାରେ ପ୍ରବାସୀ ନାଗରିକଙ୍କୁ ଦେଶରୁ ବିତାଡିତ କରିବା) । ସେନା ଓ ସୀମା ସୁରକ୍ଷା ପାଇଁ ଅଧିକ ଖର୍ଚ୍ଚ କରିବା, ଓଭର ଟାଇମ୍ କାର୍ଯ୍ୟ ଓ ଟିପ୍ସ ଆକାରରେ ମିଳୁଥିବା ଅର୍ଥ ଉପରେ କର ଛାଡ । 

ଶୁକ୍ରବାର ଦିନ ଆମେରିକା ସିନେଟ୍ ଓ ହାଉସ ଅଫ୍ ରିପ୍ରେଜେଣ୍ଟେଟିଭରେ ଏଡି ବିଲ୍ ପାରିତ ହେବା ପରେ ଟ୍ରମ୍ପ କହିଛନ୍ତି କି, ଆମେରିକା ପାଇଁ ସ୍ୱତନ୍ତ୍ରତା ଦିବସ ଅବସରରେ ଏହାଠାରୁ ମୂଲ୍ୟବାନ ପୁରସ୍କାର ଆଉ କିଛି ହୋଇନପାରେ । ଏହି ବିଲ୍ ମାଧ୍ୟମରେ ମୁଁ ଦେଶର ଜନତାଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ ହୋଇପାରିବ । ଏହି ବିଲ୍ ପାରିତ ହେବା ପରେ ଏହାକୁ ଆମେରିକାର ସ୍ୱବର୍ଣ୍ଣ ଯୁଗର ଆରମ୍ଭ ବୋଲି ଟ୍ରମ୍ପ କହିଛନ୍ତି ।