କନକ ବ୍ୟୁରୋ: ଭାରତ-ପାକିସ୍ତାନ ଯୁଦ୍ଧବିରତିରେ ପ୍ରମୁଖ ଭୂମିକା ନିଭାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯୁଦ୍ଧ ବିରତି ପରେ ଆସିଛି ଟ୍ରମ୍ପଙ୍କ ବୟାନ । ଏହି ନିଷ୍ପତ୍ତିକୁ ନେଇ ଉଭୟ ରାଷ୍ଟ୍ରକୁ ପ୍ରଶଂସା କରିବା ସହ କାଶ୍ମୀର ସମସ୍ୟାର ସମାଧାନ କଥା ମଧ୍ୟ ଉଠାଇଚନ୍ତି । ଆସନ୍ତୁ ନଜର ପକାଇବା ଯୁଦ୍ଧବିରତି ପରେ କ’ଣ କହିଛନ୍ତି ଟ୍ରମ୍ପ ।
ଟ୍ରମ୍ପ କହିଛନ୍ତି "କାଶ୍ମୀର ସମସ୍ୟାର ସମାଧାନ ପାଇଁ ମୁଁ ଭଭୟ ଦେଶ ସହ କାର୍ଯ୍ୟ କରିବି । ଭାରତ ଏବଂ ପାକିସ୍ତାନର ନେତୃତ୍ୱଙ୍କୁ ଭଲ କାମ ପାଇଁ ଭଗବାନ ଆଶୀର୍ବାଦ କରନ୍ତୁ । ଭାରତ ଏବଂ ପାକିସ୍ତାନର ଶକ୍ତିଶାଳୀ ନେତୃତ୍ୱ ପାଇଁ ମୁଁ ବହୁତ ଗର୍ବିତ । ଉଭୟ ଦେଶର ସମ୍ପୂର୍ଣ୍ଣ ଭାବେ ଜାଣିବା ଏବଂ ବୁଝିବା ପାଇଁ ଶକ୍ତି, ଜ୍ଞାନ ଏବଂ ସାହାସ ଅଛି । ଯୁଦ୍ଧବିରତି ଏକ ବୁଦ୍ଧିମାନ ନିଷ୍ପତ୍ତି ନଚେତ୍ ଅନେକ ଲୋକଙ୍କ ମୃତ୍ୟୁ ଏବଂ ବିନାଶର କାରଣ ହୋଇଥାନ୍ତା । ଆମେରିକାର ମଧ୍ୟସ୍ଥତାରେ କରାଯାଇଥିବା ଶାନ୍ତି ଚୁକ୍ତି ଭାରତ ଏବଂ ପାକିସ୍ତାନ ଉଭୟଙ୍କ ପାଇଁ ସମୃଦ୍ଧି ଆଣିବ । ସାହସିକ ନିଷ୍ପତ୍ତି ଯୋଗୁଁ ଉଭୟ ଦେଶର ଐତିହ୍ୟ ବହୁତ ବୃଦ୍ଧି ପାଇଛି । ଏହି ଐତିହାସିକ ଏବଂ ବୀରତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଆମେରିକା ସାହାଯ୍ୟ କରିଥିବାରୁ ମୁଁ ଗର୍ବିତ ।"
ଟ୍ରମ୍ପ୍ ଆହୁରି କହିଛନ୍ତି, "ଆଲୋଚନା ନହୋଇ ମଧ୍ୟ, ମୁଁ ଦୁଇ ମହାନ ରାଷ୍ଟ୍ର ସହିତ ବାଣିଜ୍ୟ ବୃଦ୍ଧି କରିବି । ଶନିବାର, ଟ୍ରମ୍ପ କହିଥିଲେ ତାଙ୍କ ପ୍ରଶାସନ ହସ୍ତକ୍ଷେପ ଦ୍ୱାରା ଉଭୟ ଦେଶ 'ପୂର୍ଣ୍ଣ ଏବଂ ତୁରନ୍ତ ଯୁଦ୍ଧବିରତି' ପାଇଁ ରାଜି ହୋଇଛନ୍ତି ।"