କନକ ବ୍ୟୁରୋ: ଟ୍ରମ୍ପଙ୍କ ପ୍ରାଇଭେଟ୍ ଜେଟ୍  ବୋଇଙ୍ଗ ୭୫୭-୨୦୦ ରେ  ଲାଗିଛି  ସୁନା  । ଟ୍ରମ୍ପଙ୍କ ଏହି ପ୍ଲେନକୁ  ‘ଟ୍ର୍ରମ୍ପ ଫୋର୍ସ ୱାନ’ ନାମରେ ମଧ୍ୟ ଜଣାଯାଇଥାଏ । ଏହା କେବଳ ପରିବହନର ମାଧ୍ୟମ ନୁହେଁ ବରଂ ସମ୍ପତ୍ତି ଏବଂ  ପ୍ରତିଷ୍ଠାର ପ୍ରତୀକ ।  ଟ୍ରମ୍ପ ଏହାକୁ  ରାଜନୈତିକ  ଏବଂ  ର୍ୟାଲି  ପାଇଁ ବ୍ୟବହାର କରିଥାନ୍ତି । ଯେଉଁଥିପାଇଁ ଏହା ଟ୍ରମ୍ପ ବ୍ୟକ୍ତିଗତ ବ୍ରାଣ୍ଡ ର ଏକ ମହତ୍ତ୍ୱପୂର୍ଣ୍ଣ  ଅଂଶ ଭାବେ ବିବେଚିତ ହୋଇଗଲା । ଡୋନାଲ୍ଡ ଟ୍ରମ୍ପ ଏହାକୁ  ୨୦୧୧ ରେ ପାଖାପାଖି  ୧୦୦ ମିଲିୟନ ଡଲାରରେ  କିଣି ଥିଲେ । ଏହି ପ୍ଲେନ  ଖୁବ୍ ବିଳାଶପୂର୍ଣ୍ଣ, ବିଶେଷ କରି ସୁନାରେ ସଜା ହୋଇଥିବା  ଯୋଗୁ  ଏହା ଆହୁରି ସ୍ୱତନ୍ତ୍ର ହୋଇଯାଇଛି ।  

Advertisment

ଏହି ଜେଟ୍ ରେ ବିରାଟ ବଡ ବେଡରୁମ୍  ରହିଛି । ଯେଉଁଥିରେ କଷ୍ଟମ ହେଡବୋର୍ଡ ଏବଂ  ଏଣ୍ଟରଟେନମେଣ୍ଟ ସିଷ୍ଟମ  ଲାଗିଛି ।  ଏଥିସହିତ ଗୋଟିଏ ଡାଇନିଙ୍ଗ ଏରିଆ ରହିଛି । ଯେଉଁଠାରେ ଅନବୋର୍ଡ  ସେଫ୍ ଙ୍କ  ଦ୍ୱାରା  ପ୍ରସ୍ତୁତ କରାଯାଉଥିବା ଭୋଜନର ଆନନ୍ଦ ନିଆଯାଇଥାଏ । ଯେଉଁଥିପାଇଁ ଯାତ୍ରାର ଅନୁଭବ ସୁନ୍ଦର ହୋଇଥାଏ । ଟ୍ରମ୍ପଙ୍କ  ଜେଟ୍ ରେ ବିଳାସପୂର୍ଣ୍ଣ ବାଥରୁମ୍ ମଧ୍ୟ ରହିଛି ।  ଯେଉଁଥିରେ  ମାଷ୍ଟର  ବାଥରୁମ୍ ଏକ ସୁନାର ପରସ୍ତ ଦିଆଯାଇଛି ।  ବାଥରୁମର ନଳ ମଧ୍ୟ ସୁନାର ।