କନକ ବ୍ୟୁରୋ : ଟ୍ରମ୍ପଙ୍କ ଶପଥ ଗ୍ରହଣର କାଉଣ୍ଟଡାଉନ୍ ଆରମ୍ଭ । ସ୍ତ୍ରୀ ମେଲାନିଆଙ୍କ ସହ ବାଇଡେନ୍ଙ୍କୁ ସାକ୍ଷାତ କରିବାକୁ ପହଞ୍ଚିଲେ ଟ୍ରମ୍ପ । ଟ୍ରମ୍ପ ଭାରତୀୟ ସମୟନୁସାରେ ଆଜି ରାତି ୧୦ ଟା ୩୦ରେ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ଶପଥ ନେବେ ।
/kanak/media/media_files/2025/01/20/tssfD8kpSHVD4laEwPoP.jpg)
ଅନେକ ଦଶକ ପରେ ଏହି ଶପଥ ଗ୍ରହଣ ସମାରୋହ ଖୋଲାରେ ନ ହୋଇ ପାର୍ଲାମେଂଟ ଭିତରେ ହେବ । ଆମେରିକାରେ ପ୍ରବଳ ଶୀତଲହରୀ ଜାରି ରହିଥିବାରୁ ସଂସଦ ଭିତରେ ଏହି ଶପଥ ସମାରୋହର ଆୟୋଜନ କରାଯାଉଛି ।
ସୁରକ୍ଷା ପାଇଁ ଏଥର ଅଭୁତପୂର୍ବ ବ୍ୟବସ୍ଥା ହୋଇଛି । କୁହାଯାଉଛି ଆମେରିକାରେ ଏହା ହେଉଛି ସବୁଠାରୁ ସୁରକ୍ଷିତ ଶପଥଗ୍ରହଣ ସମାରୋହ । ଗତବର୍ଷ ଟ୍ରମ୍ପଙ୍କ ଉପରେ ଆକ୍ରମଣ ପରେ ଏଭଳି ସୁରକ୍ଷା ହୋଇଛି । ଋଷ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଆଉ ମାତ୍ର କିଛି ସମୟର ଅପେକ୍ଷା । ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ । ଯାହାକୁ ଅନାଇ ରହିଛି ସାରା ବିଶ୍ବବାସୀ । ଶପଥ ଗ୍ରହଣ ସମାରୋହରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ସାମିଲ ହେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଏକ ପତ୍ର ସେ ଡୋନାଲ୍ଡ ଟ୍ରମ୍ପକୁ ଦେବେ ।